ଜନ୍ସନ୍ସ ବେବି ପକ୍ଷରୁ ଭାରତକୁ ଆସିଲା ନୂଆ କଟନଟଚ୍

0 77

ଭୁବନେଶ୍ୱର: ସାରା ଦୁନିଆର ମା’ମାନଙ୍କୁ ଶିଶୁ ଯତ୍ନ ପାଇଁ ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରୁଥିବା ଜନ୍ସନ୍ସ ବେବି ପକ୍ଷରୁ ଭାରତକୁ ଅଣାଯାଇଛି ନୂଆ କଟନଟଚ୍ । ଏହାକୁ ନେଇ ଏକ ନୂଆ ଟିଭି ବିଜ୍ଞାପନ ପ୍ରସ୍ତୁତ କରାଯାଇଛି । ଶିଶୁକୁ ଅତି କୋମଳ ସ୍ପର୍ଶ ପ୍ରଦାନ କରିବା ଲାଗି ମା’ଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଲାଗି ଏକ ଟିଭି ବିଜ୍ଞାପନ ପ୍ରସ୍ତୁତ କରି ସେଥିରେ ପ୍ରଦର୍ଶିତ କରାଯାଇଛି । ଏହି ବିଜ୍ଞାପନରେ କଟନଟଚ୍ର ସ୍ୱାତନ୍ତ୍ରତା ଓ ପୂର୍ବରୁ କେବେବି ଅନୁଭବ କରିହୋଇନଥିବା କୋମଳତାକୁ ପ୍ରଦର୍ଶିତ କରାଯାଇଛି । ୧୦ଟି ଭାଷାରେ ଏହି ବିଜ୍ଞାପନକୁ ଜାରି କରାଯାଇଛି । ଡିଡିବି ମୁଦ୍ରା ଗ୍ରୁପ୍ ତରଫରୁ ଏହି ଟିଭି ବିଜ୍ଞାପନର ପରିକଳ୍ପନା ପ୍ରସ୍ତୁତ କରାଯାଇଛି ଯେଉଁଥିରେ ନୂଆ କଟନ୍ଟଚ୍ର ବ୍ୟବହାରରେ ମା’ ଓ ଶିଶୁର ନିବିଡ଼ ସମ୍ପର୍କକୁ ପ୍ରଦର୍ଶିତ କରାଯାଇଛି । କଟନ୍ଟଚ୍ର କୋମଳତା ବାର୍ତାକୁ ଅତି ଚମକ୍ରାର ଢଙ୍ଗରେ ଏହି ଟିଭି ବିଜ୍ଞାପନରେ ପ୍ରଦର୍ଶିତ କରାଯାଇଛି । ମନୋଜ ଗାଡଗିଲ, ଭିପି, ମାର୍କେଟିଂ, ଜନ୍ସନ୍ ଆଣ୍ଡ୍ ଜନ୍ସନ୍ସ କଂଜ୍ୟୁମର, ଇଣ୍ଡିଆ କହିଛ”ି ଯେ, “ଦୀର୍ଘ ବର୍ଷ ହେଲାଣି ଶ୍ରେଷ୍ଠ ଶିଶୁ ଯତ୍ନ ପ୍ରଦାନ କରିବାରେ ଜନ୍ସନ୍ସ ଆଗଧାଡ଼ିରେ ରହିଛି । ଏହି ଅଭିଯାନରେ ଜନ୍ସନ୍ସ କଟନ୍ଟଚ୍ ଉପରେ ଗୁରୁତ୍ୱାରୋପ କରାଯାଇଛି ଯାହା ମା’ମାନଙ୍କୁ ଏଭଳି ଉତ୍ପାଦର ପ୍ରତିଶ୍ରୁତି ଦେଉଛି ଯାହା ସେମାନେ କେବେବି ଅନୁଭବ କରିନଥିବା କୋମଳତା ପ୍ରଦାନ କରୁଛି । ନୂଆ କଟନଟଚ୍ ହେଉଛି ଏଭଳି ଏକ ଅଭିନବ ଉତ୍ପାଦ ଯେଉଁଥିରେ କଟନକୁ ପ୍ରମୁଖ ଉପାଦାନ ଭାବେ ବ୍ୟବହାର କରାଯାଇଛି ଓ ଏହି ଟିଭି ବିଜ୍ଞାପନ ଜରିଆରେ ଆମେ ବିଜ୍ଞାପନ ଓ ଗବେଷଣା ମାଧ୍ୟମରେ ଶିଶୁ ଯତ୍ନ ପ୍ରତି ଆମର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରୁଛୁ । କୋମଳତାର ସ୍ପର୍ଶ ଜରିଆରେ ମା-ଶିଶୁଙ୍କ ସମ୍ପର୍କକୁ କେବଳ ନିବିଡ଼ କରିବା ଲାଗି ଏହି ଅଭାବନୀୟ ସମୟରେ ଆମେ ଅନେକ ଭଲ ପାଇବା ସହ ଏହି ନୂଆ ଉତ୍ପାଦ ଆଣିଛୁ । ଡିଡିବି ମୁଦ୍ରା ଗ୍ରୁପ୍ର ନ୍ୟାସନାଲ୍ କ୍ରିଏଟିଭ୍ ଡାଇରେକ୍ଟର ରାହୁଲ ମାଥ୍ୟୁ କହିଛ”ି ଯେ, “କେବଳ ଜନ୍ସନ୍ସ ପାଇଁ ଆମେ ଉତ୍ପାଦ ଉନ୍ମୋଚନ କରିନାହୁଁ, ଆମେ ମା-ଶିଶୁର ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଛୁ । ସ୍ପର୍ଶ ହେଉଛି ଏହି ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଏହି କାମ ଜରିଆରେ ଆମେ ତାହାକୁ ହିଁ ଜୀବ” କରିଛୁ ।”

Leave A Reply

Your email address will not be published.