ଦେଶର ପ୍ରଥମ ସି-ପ୍ଲେନ୍ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

0 69

ଅହମ୍ମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେୱଡ଼ିଆ-ସାବରମତି ରିଭରଫ୍ରଣ୍ଟ ସି-ପ୍ଲେନ୍ ସେବାର ଶୁଭାରମ୍ଭ କରିଛନ୍ତି । ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତି ଅବସରରେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ମୋଦି ନିଜେ ମଧ୍ୟ ସି-ପ୍ଲେନରେ କେୱାଡ଼ିଆଠାରୁ ଅହମଦାବାଦ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ପର୍ଯ୍ୟଟକଙ୍କ ପାଇଁ ପ୍ରତ୍ୟହ ଅହମଦାବାଦରୁ କେୱାଡ଼ିଆ ଏବଂ କେୱାଡ଼ିଆରୁ ଅହମଦାବାଦ ଏହି ସି-ପ୍ଲେନ୍ ସେବା ଉପଲବ୍ଧ ରହିବ । ଏହାପୂର୍ବରୁ କେୱାଡ଼ିଆସ୍ଥିତ ଏକତା କ୍ରୁଜ୍ ମଧ୍ୟ ମୋଦି ଉଦଘାଟନ କରିଛନ୍ତି । ସାବରମତି ରିଭରଫ୍ରଣ୍ଟରୁ କେୱାଡ଼ିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଏହି ସି-ପ୍ଲେନ୍ ସେବା ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ, ଦେଶରେ ପ୍ରଥମଥର ସି-ପ୍ଲେନ୍ ସେବା ଆରମ୍ଭ ହୋଇଛି । ଗୁଜରାଟ ନର୍ମଦା ଜିଲ୍ଲା କେୱାଡ଼ିଆରୁ ଅହମଦାବାଦର ଷ୍ଟାଚ୍ୟୁ ଅଫ୍ ୟୁନିଟି ଯାଏ ପ୍ରଥମ ଉଡ଼ାଣ ହୋଇଥିଲା । ମୋଦି ନିଜେ ଏହି ସି- ପ୍ଲେନରେ ବସି ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ସାବରମତୀ ଆଶ୍ରମ ଯାଏଁ ଯାଇଛନ୍ତି । ଏହା ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି ସି-ପ୍ଲେନ୍ ପ୍ରୋଜେକ୍ଟ, ଯାହାକୁ ଏବେ ଷ୍ଟାଚ୍ୟୁ ଅଫ୍ ୟୁନିଟି ସହ ଯୋଡ଼ାଯାଇଛି । ଆସନ୍ତାକାଲିଠାରୁ ସି-ପ୍ଲେନ୍ ଆନୁଷ୍ଠାନିକ ଭାବେ ·ଲିବ । ଉଡ଼ାଣ ଯୋଜନା ସହିତ ପର୍ଯ୍ୟଟନ କ୍ଷେତ୍ରରେ ଏହା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.