ଦିଲ୍ଲୀରେ ପ୍ରଦୂଷଣ ଓ କରୋନାର ଡବଲ ଆଟାକ୍ ଜାରି

0 81

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ଓ କରୋନାର ଡବଲ ଆଟାକ୍ ଜାରି ରହିଛି । ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୫ହଜାରରୁ ଅଧିକ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରଦୂଷଣ ସ୍ତର ବି ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ଦିଲ୍ଲୀର ବାୟୁ କ୍ରମାଗତ ବିଷାକ୍ତ ହେବାରେ ଲାଗିଛି । ବାୟୁ ଗୁଣବତ୍ତା ସୂଚକାଙ୍କର ପରିସଂଖ୍ୟାନ ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ଓ ଏହାର ଆଖପାଖରେ ପ୍ରଦୂଷଣ ସ୍ତର ଅଚାନକ ଗମ୍ଭୀର ଶ୍ରେଣୀଭୁକ୍ତ ହୋଇଥିଲା । ଦିଲ୍ଲୀର ଅଧିକାଂଶ ଇଲାକାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ରୁ ପାର୍ କରିଥିବାବେଳେ କିଛି ସ୍ଥାନରେ ଏହାର ମାତ୍ରା ଅଧିକ ଉକ୍ରଟ ଥିବା ଜଣାପଡ଼ିଥିଲା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ମୁତାବକ ଦିଲ୍ଲୀର ଆନନ୍ଦ ବିହାରରେ ଏକ୍ୟୁଆଇ ଲେବୁଲ୍ ୪୦୮, ବବାନରେ ୪୪୭, ପଟପଡ଼ଗଞ୍ଜରେ ୪୦୪ ଥିବାବେଳେ ବଜିରପୁରରେ ୪୧୧ ଥିବା ରେକର୍ଡ କରାଯାଇଥିଲା । ସାଧାରଣତଃ ଏକ୍ୟୁଆଇ ଯେତେବେଳେ ୪୦୦ ପାର୍ କରିଯାଏ ତାହାକୁ ଗମ୍ଭୀର ଶ୍ରେଣୀଭୁକ୍ତ କରାଯାଏ । ଏଠାରେ ସୂଚନାଥାଉକି ଏକ୍ୟୁଆଇ ୦ରୁ ୫୦ ମଧ୍ୟରେ ଭଲ, ୫୧ରୁ ୧୦୦ ମଧ୍ୟରେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ବହୁତ ଖର।।ପ ଓ ୪୦୧ରୁ ୫୦୦ ମଧ୍ୟରେ ଗମ୍ଭୀର ବୋଲି ପରିଗଣିତ ହୋଇଥାଏ ।

Leave A Reply

Your email address will not be published.