କୋଭିଡ୍ କଟକଣାରେ ପାରଳାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ

0 78

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ଭଣ୍ଡାରି ସାହି ଛକ ଠାରେ ଗତକାଲି ସନ୍ଧ୍ୟାରୁ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି । ପ୍ରଶାସନର ନିର୍ଦ୍ଦେଶକ୍ରମେ କୋଭିଡ୍ କଟକଣା ଓ ନିୟମ ଅନୁଯାୟୀ ପୂଜାର ଅୟୋଜନ ଚାଲିଛି । ପାରଳା ସହରର ୧ମାତ୍ର ଏହି ପୂଜା ଚଳିତ ବର୍ଷ ୩୬ବର୍ଷ ପୂର୍ତ୍ତି କରୁଛି । ପୂଜା କମିଟିର ବାବୁନା ବେହେରା,ପ୍ରସାଦ ଗୌଡ,ରଘୁ ପାଣିଗ୍ରହୀ,ପ୍ରଭାତ ପାତ୍ର,ବାବୁଲା ଜେନା,ସୁରେଶ ପରିଚ୍ଛା ପ୍ରମୁଖ ଏହି ପୂଜାକୁ ପରିଚାଳନା କରୁଛନ୍ତି । ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଆଗାମୀ ୭ଦିନ ପର୍ଯ୍ୟନ୍ତ ଚାଲୁରହିବ ।

Leave A Reply

Your email address will not be published.