କରୋନାରେ ତାମିଲନାଡୁ କୃଷିମନ୍ତ୍ରୀଙ୍କ ଦେହାନ୍ତ

0 77

ତାମିଲନାଡୁ : ତାମିଲନାଡୁର କୃଷିମନ୍ତ୍ରୀ ଆର.ଦୋରାଇକାନୁଙ୍କ କରୋନାରେ ପରଲୋକ ହୋଇଛି । କୃଷିମନ୍ତ୍ରୀ ଆର. ଦୋରାଇକାନୁ କରୋନାରେ ସଂକ୍ରମିତ ଥିଲେ । କାବେରୀ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ଓ ୭୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ଦୋରାଇକାନୁ ଗତ ୧୩ ତାରିଖରେ କୋଭିଡ ଆକ୍ରାନ୍ତ ହୋଇଥିଲେ । ଶନିବାର ରାତି ୧୧ଟା ୧୫ରେ ତାଙ୍କର ଦେହାନ୍ତ ହୋଇଛି । ଗତ ରବିବାର ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । କରୋନା ପରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ଦୋରାଇକାନୁ ୨୦୦୬, ୨୦୧୧ ଓ ୨୦୧୬ରେ ତାମିଲନାଡୁ ବିଧାନସଭାରେ ବିଧାୟକ ଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ କ୍ୟାବିନେଟରେ ସେ ଜଣେ ଦକ୍ଷମନ୍ତ୍ରୀ ଥିଲେ । ତାମିଲନାଡୁ ରାଜ୍ୟପାଳ ବନହରିଲାଲ ପୁରୋହିତ ଦୋରାଇକାନୁଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.