ଆତଙ୍କୀଙ୍କ ଉପରେ ଫ୍ରାନ୍ସ ସେନାର ଜବରଦସ୍ତ ପ୍ରହାର

0 73

ଏୟାର ଷ୍ଟ୍ରାଇକରେ ୫୦ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ, ୩ ।୧୧ : ଗତଦିନରେ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ୟୁରୋପରେ ଉତ୍ତେଜନା ଦେଖାଦେଇଛି । ଏହି ସମୟରେ ଫ୍ରାନ୍ସ ଆତଙ୍କବାଦୀ ସଂଗଠନ ଅଲ କାଏଦା ଉପରେ ଜବରଦସ୍ତ ପ୍ରହାର କରିଥିବା ସୂଚନା ମିଳିଛି । ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ କହିବାନୁସାରେ ଫ୍ରାନ୍ସ ସେନା ମାଲିରେ ଏୟାର ଷ୍ଟ୍ରାଇକ୍ କରି ୫୦ ଆତଙ୍କବାଦୀଙ୍କୁ ନିହତ କରିଛି । ଏହା ବ୍ୟତୀତ ପ୍ରାୟ ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଫ୍ରାନ୍ସ ସେନା । ଫ୍ରାନ୍ସରେ ମହମ୍ମଦଙ୍କ କାର୍ଟୁନ୍ ତିଆରିକୁ ନେଇ ବିବାଦ ପରେ ଅନେକ ସହରରେ ଆତଙ୍କବାଦୀ ଆକ୍ରମଣର ଘଟଣା ଘଟିଥିଲା । ଏହା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଚେତାବନୀ ଦେଇ କହିଥିଲେ ଯେ ସେମାନେ କଦାପି ହିଂସାକୁ ସମର୍ଥନ କରନ୍ତି ନାହିଁ ଏବଂ ଯେଉଁମାନେ ଏହା କରନ୍ତି ସେମାନଙ୍କୁ ଏକ ଉପଯୁକ୍ତ ଜବାବ ଦିଆଯିବ । ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀଙ୍କ ଅନୁଯାୟୀ ୩୦ ଅକ୍ଟୋବରରେ ଫ୍ରାନ୍ସ ସେନା ମାଲିରେ ଏୟାର ଷ୍ଟ୍ରାଇକ କରି ୫୦ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଛି ଏବଂ ଆତଙ୍କବାଦୀଙ୍କ ବହୁ ମାରଣାସ୍ତ୍ରକୁ କ୍ଷତି ପହଞ୍ଚାଇଛି । ଏହା ବ୍ୟତୀତ ·ରିଜଣ ଆତଙ୍କବାଦୀ ଜୀବନ୍ତ ଧରାପଡିଛନ୍ତି । ଏହି ଏୟାର ଷ୍ଟ୍ରାଇକ୍ ବିଷୟରେ ସୂଚନା ସୋମବାର ନିଜେ ଫ୍ରାନ୍ସ ଦ୍ୱାରା ସେୟାର କରାଯାଇଥିଲା । ଫ୍ରାନ୍ସ ସେନା ପଶ୍ଚିମ ଆଫ୍ରିକାର ବୁର୍କିନା ଫାସୋ ଏବଂ ନାଇଜର ସୀମାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯେଉଁଠାରେ ଫ୍ରାନ୍ସ ସେନା ଇସଲାମ ଆତଙ୍କବାଦ ବିରୋଧରେ ଲଢ଼େଇରେ ନିୟୋଜିତ ଅଛନ୍ତି । ଫ୍ରାନ୍ସ ସୈନ୍ୟବାହିନୀ ମିରାଜ୍ ଜେଟ୍, ଡ୍ରୋନ୍ ବ୍ୟବହାର କରି ୩୦ରୁ ଅଧିକ ମୋଟର ସାଇକେଲକୁ ଧ୍ୱଂସ କରିଦେଇଛନ୍ତି । ଫ୍ରାନ୍ସ ସରକାରଙ୍କ ଅନୁଯାୟୀ ଏହି ଆତଙ୍କବାଦୀଙ୍କ ଅଲକାଏଦା ସହ ସମ୍ପର୍କ ରହିଛି । ଏହି ଲୋକମାନେ ଗ୍ରୁପ୍ ଅଫ୍ ଇସଲାମ ଏବଂ ମୁସଲମାନ ସଂଗଠନ ପାଇଁ କାମ କରୁଥିଲେ । ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଫ୍ରାନ୍ସରେ ଏକ କାର୍ଟୁନ୍କୁ ନେଇ ବିବାଦ ଉପୁଜିଥିଲା ଯାହା ପରେ ଦୁଇ-ତିନି ସହରରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପ୍ୟାରିସରେ ଏବଂ ପରେ ନିସରେ ଏକାକୀ ଓଲଫ ଆତଙ୍କବାଦୀ ଆକ୍ରମଣ ହୋଇଛି ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ଏଥି ସହ ଚର୍ଚ୍ଚର ପୁରୋହିତଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରାଯାଇଥିଲା । ଏହା ବ୍ୟତୀତ ଅଷ୍ଟ୍ରିଆରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଛି । ପରେ ୟୁରୋପର ଅନେକ ଦେଶ ସତର୍କତା ଅବଲମ୍ବନ କରୁଛନ୍ତି । କାର୍ଟୁନ୍ ବିବାଦ ଫ୍ରାନ୍ସ ଏବଂ ମୁସଲମାନ ଦେଶମାନଙ୍କରେ ଏକ ବିତର୍କ ସୃଷ୍ଟି କରିଛି ।

Leave A Reply

Your email address will not be published.