ଲୁଟେରା ଗ୍ୟାଙ୍ଗ୍ ଠାବ : ୫ ଗିରଫ, ୨୨ ବାଇକ୍ ଜବତ

0 49

କଟକ : ପୁଣି କଟକରେ କମିଶନରେଟ୍ ପୋଲିସକୁ ମିଳିଛି ସଫଳତା । ବାଦାମବାଡି ଥାନା ପୋଲିସ ୫ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ସହ ୨୨ଟି ଚୋରା ବାଇକକୁ ଜବତ କରିଛି । ବାଇକ୍ ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରିଙ୍କୁ ଓରଫ କୁଞ୍ଜବିହାରୀ ନାୟକ ପୋଲିସ ହାତରେ ଧରା ପଡିବା ପରେ ଫିଟିଥିଲା ବାଇକ୍ ଲୁଟେରା ଗ୍ୟାଙ୍ଗର ରହସ୍ୟ । ଅଭିଯୁକ୍ତଙ୍କ ଟାର୍ଗେଟରେ ରହିଥିଲା ହିରୋହୋଣ୍ଡା ଗ୍ଲାମର ବାଇକ୍ । କାରଣ ଏହି ବାଇକ୍ ସହଜରେ ଖୋଲି ଯାଉଥିବା ବେଳେ ଏହି ବାଇକର ଡିମାଣ୍ଡ ମଧ୍ୟ ଅଧିକ ରହୁଥିବା କହିଛି ପୋଲିସ । ସେଥିପାଇଁ କଟକ ସମେତ ବିଭିନ୍ନ ଜିଲ୍ଲାରୁ ଅଭିଯୁକ୍ତମାନେ ବାଇକ୍ ଚୋରି କରି ବିକ୍ରି କରୁଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ୍ ସିଂ । ଗିରଫ ସମସ୍ତ ଅଭିଯୁକ୍ତମାନଙ୍କର ପେଶା ଥିଲା କେବଳ ବାଇକ୍ ଚୋରି କରିବା । ପୂର୍ବରୁ ବହୁବାର ବାଇକ୍ ଚୋରି କରି ଜେଲ୍ରୁ ଫେରିଥିଲେ ସୁଦ୍ଧା ଏହି କାମକୁ ଛାଡି ପାରିନାହାନ୍ତି । ତେବେ ଗୋଟିଏ ମାସ ମଧ୍ୟରେ ଜଗତପୁର ଥାନା ପୋଲିସ ଓ ବାଦାମବାଡି ଥାନା ପୋଲିସ ୬୦ଟି ଚୋରା ବାଇକ୍ ଜବତ କରିବା ପୋଲିସ ପାଇଁ ଏକ ବଡ ସଫଳତା । ତେବେ ବାଇକ୍ ଚୋରି ହୋଇଥିବା କିଛି ବାଇକ୍ ମାଲିକମାନଙ୍କୁ ଚିହ୍ନଟ କରି ବାଇକ୍ ଫେରାଇ ଦିଆଯାଇଥିବା ବେଳେ ସବୁ ବାଇକ୍ ·ଳକମାନେ ଗାଡିର ଡବଲ ଲକ୍ କରି ଗାଡି ରଖିବାକୁ ପରାମର୍ଶ ଦିଆଯାଇଛି । ତେବେ ସହରରୁ ବାଇକ୍ ଚୋରି ରୋକିବା ଉପରେ ପୋଲିସ ଅଧିକ ଫୋକସ ଦେଉଥିବା କହିଛନ୍ତି ଡିସିପି ।

Leave A Reply

Your email address will not be published.