ନନ୍ଦନକାନନ ପଶୁପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ପାରିବେ ପଶୁପ୍ରେମୀ

0 72

ନନ୍ଦନକାନନ : ଏଣିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପଶୁପକ୍ଷୀଙ୍କୁ ଘରେ ବସି ଅନ୍ଲାଇନ୍ରେ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ପଶୁପ୍ରେମୀ । ଏଥିପାଇଁ ସ୍ୱତନ୍ତ୍ର ୱେବ୍ସାଇଟ୍ ବ୍ୟବସ୍ଥା ହୋଇଛି । ଅନ୍ଲାଇନ୍ ଜରିଆରେ ଜଣେ ବ୍ୟକ୍ତିି ସର୍ବନିମ୍ନ ୫୦୦ଟଙ୍କା ଦେଇ ପଶୁପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ନନ୍ଦନକାନନ ନିର୍ଦେଶକ ଶଶିପଲ । ଏହି ପରିପ୍ରେକ୍ଷୀରେ ସୋମବାର ହାଇଦରାବାଦର ସ୍ୱପ୍ନଜିତ୍ ପଟ୍ଟନାୟକ ନନ୍ଦନକାନନର ହିମାଳୟ କଳା ଭାଲୁକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ବୋଲି ନିର୍ଦେଶକ କହିଛନ୍ତି । କରୋନା ମହାମାରୀ ପରିପ୍ରେକ୍ଷୀରେ ବିଗତ ୭ମାସ ମଧ୍ୟରେ ପ୍ରାଣୀ ଉଦ୍ୟାନର ୧୭୦ରୁ ୧୭୫ପଶୁପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ପଶୁପକ୍ଷୀ ପ୍ରେମୀ । ଏ ବାବଦରେ କର୍ତ୍ତୃପକ୍ଷ ହାରାହାରି ୨୩ଲକ୍ଷ ଟଙ୍କା ଆୟ କରିଛନ୍ତି । ଏହି ପୋଷ୍ୟ ଗ୍ରହଣ ପ୍ରକ୍ରିୟାରେ ୬୦ପ୍ରତିଶତ ଓଡ଼ିଶାବାସୀ ସାମିଲ ହୋଇଥିବା ବେଳେ ହରିୟାଣା, ରାଜସ୍ଥାନ, ଦିଲ୍ଲୀ ଓ ମହାରାଷ୍ଟ୍ର ଆଦି ୧୨ଟି ରାଜ୍ୟରୁ ମଧ୍ୟ ଆଶାନୁରୂପ ଭାବେ ପଶୁପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ବ୍ୟବସ୍ଥା ପ୍ରାଣୀ ଉଦ୍ୟାନରେ ୨୦୧୮ରୁ ଆରମ୍ଭ କରାଯାଇଥିଲା ।

Leave A Reply

Your email address will not be published.