ଏସସି, ଏସଟି ଆକ୍ଟର ଅପବ୍ୟବହାର ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

0 77

ନୂଆଦିଲ୍ଲୀ, ୬ ।୧୧: ଏସସି, ଏସଟି ଆକ୍ଟ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଯଦି ଜଣେ ବ୍ୟକ୍ତି ଏସସି, ଏସଟି ଶ୍ରେଣୀରେ ହୋଇଥିବ ତାହେଲେ ସେ କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ନାଁରେ ଏସସି, ଏସଟି ଆକ୍ଟ ଲାଗୁ ହୋଇପାରିବ ନାହିଁ । ମାମଲାକୁ ଦେଖି ଏହି ଆକ୍ଟ ଲାଗୁ ହେବା ଦରକାର ବୋଲି ଦେଶର ସର୍ବୋଚ୍ଚ କୋର୍ଟ କହିଛନ୍ତି । ଏସସି, ଏସଟି ଆକ୍ଟ ମାମଲାର ଅପବ୍ୟବାହର ହେଉଥିବା ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ, ହେମନ୍ତ ଗୁପ୍ତା ଏବଂ ଅଜୟ ରସ୍ତୋଗୀଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି, ଯଦି କୌଣସି ବ୍ୟକ୍ତି ଅପମାନିତ କିମ୍ବା ଭୟଭୀତ ହୋଇଥିବେ ତାହା ଆଇନ ଅନୁଯାୟୀ ଅପରାଧ ହେବ ନାହିଁ । ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତିର ପୀଡିତା ଯଦି ସମାଜରେ ଅସୁରକ୍ଷିତ, ଅସମ୍ମାନ, ଅପମାନ ଏବଂ ନିର୍ଯାତିତ ହେବେ ସେତେବେଳେ ଏହି ଏସସି, ଏସଟି ଆକ୍ଟ ଲାଗୁ ହେବ । କୋର୍ଟ ଆହୁରି କହିଛନ୍ତି ଯେ ଏସସି,ଏସଟି ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହେବା ପୂର୍ବରୁ ସେ ଜାତି ପାଇଁ ଅପମାନିତ ହେବାର ଉଦ୍ଦେଶ୍ୟ ରହିବା ଦରକାର । “ସର୍ବସାଧାରଣରେ ଯେକୌଣସି ସ୍ଥାନରେ’ ଏସସି ଏସଟି ବର୍ଗର କୌଣସି ଲୋକ ଅପମାନିତ ହେଲେ ଏସସି,ଏସଟି ଆକ୍ଟର ଧାରା (୧) (ଆର) ଅନୁଯାୟୀ ମାମଲା ପଞ୍ଜୀକୃତ ହୋଇପାରିବ ।

Leave A Reply

Your email address will not be published.