ଆୟ ବହିର୍ଭୁତ ମାମଲାରେ ଯନ୍ତ୍ରୀ ସରକାରୀ ଚାକିରିରୁ ବହିଷ୍କୃତ

0 70

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀଯନ୍ତ୍ରୀ ଦାମୋଦର ମଲିକଙ୍କୁ ସରକାର କାର୍ଯ୍ୟରୁ ବହିସ୍କୃତ କରାଯାଇଛି । ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବି ଭାଗ ଚିଠି ନଂ ୭୦୮୦ତା- ୫.୧୧.୨୦୨୦ ପ୍ରକାରେ ସରକାରୀ ଚାକିରିରୁ ବହିସ୍କାର ପାଇଁ ଆଦେଶ ଜାରି କରାଯାଇଛି । ଆୟ ବର୍ହିଭୁତ ଠୁଳ ଅଭିଯୋଗ ନେଇ ଗତ କୋରାପୁଟ ଦୁର୍ନୀତି ନିବାରଣ କେସ ନ ୨୦ତା-୧୬.୪.୨୦୧୨ ମସିହାରେ ମାମଲା ରୁଜୁ ହୋଇଥିଲା । ଏ ସମ୍ପର୍କରେ ତାଙ୍କର ମୂଳ ବିଭାଗ ପଞ୍ଚାୟତରାଜ ଓ ଜଳ ଯୋଗାଣ ବିଭାଗକୁ ମଧ୍ୟ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ଆୟ ବହିର୍ଭୁତ ସମ୍ପତି ପୁଳ ମାମଲାରେ ତାଙ୍କ ନାମରେ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲାର ବିଚାରଣା କରି ମାନ୍ୟବର ଜୟପୁର ସତନ୍ତ୍ର ଭିଜିଲାନ୍ସ ଅଦାଲତ ଗତ ୧୯ ମାର୍ଚ୍ଚ ୨୦୧୮ରେ ଶ୍ରୀ ମଲିକଙ୍କୁ କାର୍ଯ୍ୟରୁ ବହିସ୍କୃତ କରିବା ସହ ଦୁଇବର୍ଷ ଜେଲଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ରହିଛି । ଯଦିଓ ୫୦ ହଜାର ଜରିମାନା ଦେବେ ନାହିଁ ଅଧୁକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଏ ନେଇ ଶ୍ରୀ ମଲିକ ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟରୁ ମାମଲା ହଟିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ବହିସ୍କୃତ କରାଯାଇଛି

Leave A Reply

Your email address will not be published.