କେରଳ ସୁନା ସ୍ମଗ୍ଲିଙ୍ଗ୍ କେସ୍ ପଛରେ ଆଇଏଏସ୍ ଲିଙ୍କ୍

0 64

ଥିରୁଭନନ୍ତପୁରମ୍: କେରଳର ଚର୍ଚ୍ଚିତ ଗୋଲ୍ଡ ସ୍ମଗ୍ଲିଙ୍ଗ କେସ୍ରେ ଏବେ ଜଣେ ପୂର୍ବତନ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ନାଁ ସାମ୍ନାକୁ ଆସିଛି । ପୂର୍ବରୁ ଗିରଫ ହୋଇଥିବା ଏହି କେସ୍ର ରାଣୀ ମହୁମାଛି ସ୍ୱପ୍ନା ସୁରେଶ ଏ ନେଇ ଇଡି (ଏନ୍ଫୋର୍ସମେଣ୍ଟ ଡିରେକ୍ଟୋରେଟ୍)କୁ କହିଥିବା ଜଣାପଡ଼ିଛି । ସୂଚନା ଆନୁସାରେ, ଇଡି ଏହି ଗୋଲ୍ଡ ସ୍ମଗ୍ଲିଙ୍ଗ କେସ୍କୁ ନେଇ କୋର୍ଟରେ ଆଫିଡେଭିଟ୍ ଫାଇଲ୍ କରିଛି । ଯେଉଁଥିରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କର ପୂର୍ବତନ ମୁଖ୍ୟ ସଚିବ ତଥା ବରିଷ୍ଠ ଅଇଏଏସ୍ ଏମ୍ ଶିବଶଙ୍କରଙ୍କ ସଂପୃକ୍ତି ରହିଥିବା ଉଲ୍ଲେଖ ରହିଛି । ପୂର୍ବରୁ ସ୍ୱପ୍ନା ସୁରେଶ ଇଡିକୁ ଦେଇଥିବା ବୟାନରେ ଶିବଶଙ୍କର ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରେ କାର୍ଯ୍ୟ କରୁଥିବା ତାଙ୍କ ଟିମ୍ ଗୋଲ୍ଡ ସ୍ମଗ୍ଲିଙ୍ଗ୍ ବିଷୟରେ ସମ୍ପୂର୍ଣ୍ଣ ଜାଣିଛନ୍ତି ବୋଲି କହିଥିଲେ । ଘଟଣା ମୁତାବକ ୫ ଜୁଲାଇ ୨୦୨୦, ରବିବାର ଦିନ ଥିରୁଭନନ୍ତପୁରମ୍ ବିମାନବନ୍ଦର ଦେଇ ସ୍ଥାନୀୟ ୟୁଇଏ ଦୂତାବାସ ଠିକଣାରେ ଏକ ବ୍ୟାଗ୍ ଆସିଥିଲା । ସାନିଟାରୀ ସାମଗ୍ରୀ ଥିବା ଏହି ବ୍ୟାଗରେ କିନ୍ତୁ ଲୁଚାଇ ରଖାଯାଇଥିଲା ୩୦ କିଲୋ ସୁନା । ଏନେଇ କଷ୍ଟମ ବିଭାଗ ସୂଚନା ପାଇବା ପରେ ବ୍ୟାଗ୍ ନେବାକୁ ଆସିଥିବା ୟୁଏଇ ବାଣିଜ୍ୟିକ ଦୂତାବାସର କର୍ମଚାରୀ ସରିଥ୍ କୁମାରଙ୍କୁ ଗିରଫ କରିଥିଲା । ପଚରାଉଚରା ବେଳେ ସେ ପୂର୍ବରୁ ଏଭଳି ୧୦ଟି ବ୍ୟାଗ ଦୂତାବାସ ପହଞ୍ଚାଇଥିବା ସୂଚନା ଦେବା ସହ ସ୍ୱପ୍ନାଙ୍କ ନାଁ ନେଇଥିଲେ । ସେବେଠୁ ଚର୍ଚ୍ଚାର କେନ୍ଦ୍ରରେ ରହିଥିଲେ ସ୍ୱପ୍ନା ଏବଂ ଏନ୍ଆଇଏର ସ୍ୱତନ୍ତ୍ର ଟିମ୍ ବେଙ୍ଗାଲୁରୁରୁ ତାଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଥିଲା ।

Leave A Reply

Your email address will not be published.