ସତ ମାନିଲା ପାକିସ୍ତାନ

0 67

୨୬/୧୧ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ ଆତଙ୍କୀଙ୍କ ପ୍ରାୟୋଜିତ ଥିଲା

ନୂଆଦିଲ୍ଲୀ : ପାକିସ୍ତାନର ସଂଘୀୟ ଯାଞ୍ଚ ଏଜେନ୍ସି ବୁଧବାର ସ୍ୱୀକାର କରିଛି କି ଭାରତରେ ସଂଘଠିତ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ ଆତଙ୍କୀଙ୍କ ପ୍ରାୟୋଜିତ ଥିଲା । ପାକିସ୍ତାନ କହିଛି କି ମୁମ୍ବାଇ ସ୍ଥିତ ହୋଟେଲ ତାଜ୍ରେ ହୋଇଥିବା ଆକ୍ରମଣର ଷଡ଼ଯନ୍ତ୍ର ଲସ୍କରର ୧୧ଜଣ ଆତଙ୍କବାଦୀ ରଚିଥିଲେ । ୨୦୦୮ ମସିହାରେ ପାକିସ୍ତାନର ମୁଲ୍ତାନର ମହମ୍ମଦ ଅମଜଦ ଖାନ୍ ସେହି ନୌକାକୁ କିଣିଥିଲେ ଯେଉଁଥିରେ ସବାର ହୋଇ ଆତଙ୍କବାଦୀମାନେ ମୁମ୍ବାଇ ଆସିଥିଲେ । ଅମଜଦଙ୍କ ନାମ ୨୦୦୮ ଆତଙ୍କବାଦୀ ଆକ୍ରମଣର ୮୮୦ ପେଜ୍ ଲିଷ୍ଟରେ ଚିହ୍ନିତ ରହିଛି । ଅମଜଦ ଖାନ୍ ସେ ସମୟରେ ୟାମାହା ମୋଟର ବୋଟ୍ ଇଞ୍ଜିନ, ଲାଇଫ୍ ଜ୍ୟାକେଟ୍, ଏଆର୍ଜେଡ୍ ୱାଟର ସ୍ପୋର୍ଟ, ଇନ୍ପ୍ଲେଟେବଲ ବୋଟ୍ କିଣିଥିଲେ ଯାହାର ପ୍ରୟୋଗ ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣରେ ବ୍ୟବହୃତ ହୋଇଥିଲା । ବହାବଳପୁରର ଶାହିଦ୍ ଗଫୁର ଯିଏକି ନୌକାର କ୍ୟାପ୍ଟେନ୍ ଥିଲେ ଓ ଅଲ୍ ଫୌଜ୍ ନୌକା ଚଳାଇଥିଲେ । ଏହି ତାଲିକାରେ ୯ଜଣ କ୍ରୁ ମେମ୍ବର୍ସ ସାମିଲ ଥିବା ଦର୍ଶାଯାଇଛି । ଏମାନେ ହେଲେ ସାହିବଳ୍ ଜିଲ୍ଲାର ମୋହମ୍ମଦ ଉସ୍ମାନ, ଲାହୋର ଜିଲ୍ଲାର ଅତିଫ୍-ଉର-ରହମାନ, ହାଫିଜାବାଦର ରିୟାଜ୍ ଅହମ୍ମଦ, ଗୁଜରାଁୱାଲା ଜିଲ୍ଲାର ମୁହମ୍ମଦ ମୁସ୍ତାଫ୍, ଡେରା ଗାଜିପୁର ଜିଲ୍ଲାର ମୁହମ୍ମଦ ନଇମ୍, ସରଗୋଧା ଜିଲ୍ଲାର ଅବଦୁଲ ଶକୁର, ମୁଲତାନ୍ର ମୁହମ୍ମଦ ସାବିର, ଲୋଧରାନ ଜିଲ୍ଲାର ମୋହମ୍ମଦ ଉସ୍ମାନ, ରହିମ ୟାର ଖାନ୍ ଜିଲ୍ଲାର ଶକିଲ ଅହମ୍ମଦ । ଏ ସମସ୍ତଙ୍କ ନାମ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ସୂଚୀବଦ୍ଧ କରାଯାଇଥିବା ଆତଙ୍କୀ ଗ୍ରୁପ୍ରେ ସାମିଲ ରହିଛି ଯେଉଁମାନେ କି ଲସ୍କର-ଏ-ତୋଏବାର ଆତଙ୍କବାଦୀ ଥିଲେ । ଲିଷ୍ଟରେ ୧୨୧୦ ହାଇ ପ୍ରୋଫାଇଲ୍ ଓ ଦେଶର ସବୁଠୁ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ନାମ ଘୋଷଣା କରାଯାଇଥିଲେ ବି ହାଫିଜ୍ ସୟିଦ୍, ମସୁଦ ଅଜହର ସ ଦାଉଦ୍ ଇବ୍ରାହିମ୍ଙ୍କ ନାମ ଉଲ୍ଲେଖ ନାହିଁ ।

Leave A Reply

Your email address will not be published.