‘ରୋହିତଙ୍କୁ ଟି-୨୦ ଭାରତୀୟ ଟିମରେ ଅଧିନାୟକ କରାଯାଉ’

0 70

ନୂଆଦିଲ୍ଲୀ, ୧୧ ।୧୧(ଡିକେ ନ୍ୟୁଜ୍): କ୍ରିକେଟରରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ଓ ଇଂଲଣ୍ଡର କ୍ରିକେଟର ମାଇକେଲ ୱାନ୍ କହିଛନ୍ତି କି ଭାରତୀୟ ଟି-୨୦ ଟିମ୍ରେ ଅଧିନାୟକ ଭାରତ ରୋହିତ ଶର୍ମାଙ୍କୁ ଦେବା ଉଚିତ୍ । ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଆହୁରି କହିଛନ୍ତି କି ଯଦି ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ଙ୍କୁ ଏହି ଦାୟିତ୍ୱ ଦିଆନଯାଏ ତେବେ ଏହା ଅତ୍ୟନ୍ତ ଅପମାନଜନକ ସାବ୍ୟସ୍ତ ହେବ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଆଇପିଏଲ୍ ଜିତିଛି । ସେହିପରି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଖୁବ୍ ଚତୁରତାର ସହ ବ୍ୟାଟିଂ ଭାର ସମ୍ଭାଳି ରୋହିତ୍ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ କ୍ରିକେଟ୍ ପ୍ରଶଂସକଙ୍କୁ ବେଶ୍ ପ୍ରଭାବିତ କରିଛି । ଗମ୍ଭୀର କହିଛନ୍ତି କି ଯଦି ରୋହିତ ଶର୍ମାଙ୍କୁ ଭାରତୀୟ ଦଳର ଅଧିନାୟକ କରାନଯାଏ ତେବେ ଏହା ତାଙ୍କର ବ୍ୟକ୍ତିଗତ କିଛି କ୍ଷତି ହେବନି ବରଂ ଭାରତ ପାଇଁ କ୍ଷତି ହେବ । ସେ କହିଛନ୍ତି କି ଯଦି ଏକ ଟିମ୍ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥାଏ ତେବେ ଏହାର ଅଧିନାୟକଙ୍କୁ ଶ୍ରେୟ ମିଳିଥାଏ । ତେବେ ରୋହିତ୍ଙ୍କ ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ଭାରତୀୟ ଟିମ୍କୁ ଚିନ୍ତା କରିବା ଦରକାର । କାରଣ ସେ ଏଥିରେ ବ୍ୟକ୍ତିଗତ ପ୍ରଦର୍ଶନ ଉନ୍ନତି କରିବା ସହ ଦଳକୁ ୫ଥର ଆଇପିଏଲ୍ ଟ୍ରଫି ଜିତାଇବାରେ ସଫଳ ହୋଇଛନ୍ତି । ଯଦି ଆମେ ମହେନ୍ଦ୍ର ସିଂ ଧୋନୀଙ୍କୁ ଜଣେ ସଫଳ ଅଧିନାୟକ ଭାବେ କହୁଛୁ ଏହାର କାରଣ ହେଉଛି ତାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ଓ ଦିନିକିଆ ବିଶ୍ୱକପ୍ ଜିତିଥିଲା । ତେବେ ରୋହିତ୍ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଆଇପିଏଲ୍ ଟ୍ରଫି ପାଇବା ବି କିଛି କମ୍ ନୁହେଁ । ତେଣୁ ତାଙ୍କୁ ଯଦି ଅଧିନାୟକ ପଦ ନମିଳେ ତେବେ ଏହାଠାରୁ ଲଜ୍ଜା ଆଉ କିଛି ହୋଇନପାରେ ବୋଲି ଗମ୍ଭୀର କହିଛନ୍ତି । ତେବେ କୋହଲିଙ୍କ ଅଧିନାୟକତ୍ୱକୁ ସେ ନାପସନ୍ଦ କରୁଛନ୍ତି ବୋଲି କହୁନାହାନ୍ତି ବରଂ ସମୟ ଅନୁସାରେ ଅଧିନାୟକ ପଦ ବଣ୍ଟାଯିବା ଉଚିତ୍ ବୋଲି ଗମ୍ଭୀର କହିଛନ୍ତି ।

Leave A Reply

Your email address will not be published.