ନ୍ୟୁ ହଲାଣ୍ଡ ଏଗ୍ରିକଲଚର ଶ୍ରେଷ୍ଠ ଟ୍ରାକ୍ଟର-ଶ୍ରେଷ୍ଠ ସିଏସ୍ଆର୍ କାର୍ଯ୍ୟକ୍ରମ ପୁରସ୍କାର ହାସଲ କଲା

0 70

ନ୍ୟୁହଲାଣ୍ଡ ଏଗ୍ରିକଲଚର, ବିଶ୍ୱର ଅଗ୍ରଣୀ କୃଷି ଉପକରଣ ବ୍ରାଣ୍ଡକୁ ଆପୋଲୋ ଫାର୍ମ ପାୱାର ପକ୍ଷରୁ ଶ୍ରେଷ୍ଠ ଟ୍ରାକ୍ଟର ଏବଂ ଶ୍ରେଷ୍ଠ ସିଏସ୍ଆର୍ କାର୍ଯ୍ୟକ୍ରମ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ଏହାର ଏନ୍ଏଚ୍-୩୦୩୭-ଟିଏକ୍ସ୍ ଟ୍ରାକ୍ଟର ଶ୍ରେଷ୍ଠତ୍ୱ ପାଇ ପୁରସ୍କାର ହାସଲ କରିଛି । ଏହି ପୁରସ୍କାର ମିଳିତ ଭାବେ ଇଣ୍ଡିଆନ୍ ଚ୍ୟାମ୍ବର ଅଫ୍ ଫୁଡ୍ ଆଣ୍ଡ୍ ଏଗ୍ରିକଲଚର ଏବଂ ଆପୋଲୋ ଟାୟାର ପକ୍ଷରୁ ପ୍ରଦାନ କରାଯାଇଛି । ପୂର୍ବରୁ ଏନ୍ଏଚ୍-୩୦୩୭-ଟିଏକ୍ସ୍ ଟ୍ରାକ୍ଟର ୨୦୧୯ରେ ଫାର୍ମ ପାୱାର ପୁରସ୍କାର ଏବଂ ଇଣ୍ଡିଆନ ଟ୍ରାକ୍ଟର ଅଫ୍ ଦି ଇୟର ପୁରସ୍କାର ହାସଲ କରିଥିଲା । ଏହି ଅବସରରେ ନ୍ୟୁ ହଲାଣ୍ଡ ଏଗ୍ରିକଲଚରର ବ୍ରାଣ୍ଡର ବିକ୍ରି ନିର୍ଦ୍ଦେଶକ କୁମାର ବିମଲ କହିଲେ, ଖ୍ୟାତି ସମ୍ପନ୍ନ ସଂସ୍ଥା ଇଣ୍ଡିଆନ୍ ଚ୍ୟାମ୍ବର ଅଫ୍ ଫୁଡ୍ ଆଣ୍ଡ୍ ଏଗ୍ରିକଲଚର ଏବଂ ଆପୋଲୋ ଟାୟାର ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବାରୁ ଆମେ ବୋ୍ ଆନନ୍ଦିତ । ୩୦୩୭-ଟିଏକ୍ସ ଟ୍ରାକ୍ଟରର ଶକ୍ତି, ଇନ୍ଧନ କାର୍ଯ୍ୟକାରିତା, ବିଳାସପୂର୍ଣ୍ଣ ଶୈଳୀ, ଷ୍ଟାଇଲ୍ ଆଦି ବେଶ୍ ଉଲ୍ଲେଖନୀୟ । ନ୍ୟ ହଲାଣ୍ଡ୍ ଶ୍ରେଷ୍ଠ ବର୍ଗର ଟ୍ରାକ୍ଟର ଭାରତରେ ଉପଲବ୍ଧ କରାଇଥାଏ । ନ୍ୟୁ ହଲାଣ୍ଡ ଏଗ୍ରିକଲଚର ୩୫ ଏଚ୍ପିରୁ ଆରମ୍ଭ କରି ୯୦ ଏଚ୍ପି ଟ୍ରାକ୍ଟର ଭାରତରେ ନିର୍ମାଣ କରିଥାଏ । ଭାରତରେ ଏହାର ଗ୍ରାହକ ସଂଖ୍ୟା ୧,୦୦୦ରୁ ଅଧିକ ରହିଛି । ଏହାର ଗ୍ରାହକ ସେବା କେନ୍ଦ୍ରରେ ୧୦ଟି ଭାଷାରେ ସହାୟତା ଯୋଗାଇ ଦିଆଯାଇଥାଏ । ଏହାର ନିଶୁଳ୍କ ନମ୍ବର ୧୮୦୦-୪୧୯-୦୧୨୪ ରହିଛି । ସୂଚନାଯୋଗ୍ୟ, ୩୦୩୭-ଟିଏକ୍ସ ଟ୍ରାକ୍ଟରରେ ୩-ସିଲିଣ୍ଡର ବିଶି୍େଟ ୩୯ ଏଚ୍ପି ଇିନ୍ ରହିଛି । ଏହାର ପ୍ରଦର୍ଶନ କ୍ଷମତା ଅତ୍ୟ” ଉଚ୍ଚକୋଟୀର ।

Leave A Reply

Your email address will not be published.