୫୨୦ କୋଟିର ଘୋଟାଲା, ବିଧାୟକଙ୍କ ପୁଅ ସମେତ ଦୁଇ ଗିରଫ

0 73

ନୂଆଦିଲ୍ଳୀ ୧୩/୧୧: ଜିଏସ୍ଟି ଘୋଟଲା ମାମଲାରେ ମହାରାଷ୍ଟଧର ଜଣେ ବିଧାୟକଙ୍କ ପୁଅଙ୍କୁ ଗିରଫ କରାଯାଇଛି । ୫୨୦ କୋଟି ଜିଏସ୍ଟି ଘୋଟଲା କରିବା ଅଭିଯୋଗରେ ସୁନିଲ ହାଇଟେକ୍ର ମ୍ୟାନେଜିଂ ଡାଇରେକ୍ଟର ସୁନିଲ ଗୁଟ୍ଟେଙ୍କୁ ଗିରଫ କରିଛି ଜିଏସ୍ଟି ଇଣ୍ଟେଲିଜେନ୍ସ ମହାନିର୍ଦେଶାଳୟର ମାହାରାଷ୍ଟ୍ର ଶାଖାର ଟିମ୍ । ସୁନିଲ ଗୁଟ୍ଟେଙ୍କ ପିତା ମହାରାଷ୍ଟ୍ରରେ ବିଧାୟକ ଅଛନ୍ତି । ସୁନିଲଙ୍କ ସମେତ ତାଙ୍କ ସହଯୋଗୀ ବିଜେନ୍ଦ୍ର ରାଙ୍କାକୁ ବି ଗିରଫ କରିଛି ଜିଏସ୍ଟି ଇଣ୍ଟେଲିଜେନ୍ସ ଟିମ୍ । ତେବେ ଏହି ଦୁଇ ଅଭିଯୁକ୍ତ ଜିଏସ୍ଟି ଘୋଟାଲର ମାଷ୍ଟର ମାଇଣ୍ଡ ଥିବା ଜଣାପଡ଼ିଛି । ଜିଏସ୍ଟି ଇଣ୍ଟେଲିଜେନ୍ସ ଟିମ୍ ଏବେ ଦେଶବ୍ୟାପୀ ହେଉଥିବା ଠକେଇ ଉପରେ ନଜର ରଖିବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିବା ସୂଚନା ମିଳିଛି । ନକଲି ବିଲ୍ ମାଧ୍ୟମରେ ସୁନିଲ ହାଇଟେକ୍ ଇଞ୍ଜିନିୟର୍ସ ଇନ୍ପୁଟ୍ ଡେସ୍କ କ୍ରେଡିଟ୍ ହାସଲ କରିଛି । ଏହା ପରେ କୌଣସି ପ୍ରକାର ଦ୍ରବ୍ୟ ବା ସେବା ଯୋଗାଇ ଦିଆଯାଇଥିବା ନେଇ ସୂଚନା ମିଳିନାହିଁ । ଏହା ସହ କମ୍ପାନୀର କାରବାର ବଢ଼ାଇ ଦେଖାଉଥିଲେ ଅଭିଯୁକ୍ତ । ଏଭଳି ଡାଟା ଦେଖାଇ ବ୍ୟାଙ୍କରୁ ଅଧିକ ଲୋନ୍ ବା କ୍ରେଡିଟ୍ ଲିମିଟ୍ ପ୍ରାପ୍ତ କରୁଥିବା ନେଇ ଡିଜିଜିଆଇ ପକ୍ଷରୁ ସୂଚନା ମିଳିଛି । ଘୋଟଲାର ମୁଖ୍ୟ ଅଭିଯୁକ୍ତ ସୁନିଲ ଗୁଟ୍ଟେଙ୍କ ବାପା ରତ୍ନାକାର ଗୁଟ୍ଟେ ମହାରାଷ୍ଟ୍ରରେ ବିଧାୟକ ଅଛନ୍ତି । କମ୍ପାନୀ ସୁନିଲ ହାଇଟେକ୍ରେ ବି ସେ ଡାଇରେକ୍ଟର ଥିଲେ । ତାଙ୍କ ଫିଲ୍ମ ନିର୍ଦେଶକ ଭାଇ ୨୦୧୮ରେ ମିଥ୍ୟା ଜିଏସ୍ଟି ରିଫଣ୍ଡ ପ୍ରାପ୍ତ କରିବା ମାମଲାରେ ଗିରଫ ମଧ୍ୟ ହୋଇଥିଲେ । ସୁନିଲଙ୍କ ବାପାଙ୍କ ନାଁରେ ବି ମାମଲା ରହିଛି । ରତ୍ନାକର ଏକ ଚିନି ମିଲ୍ର ମାଲିକ ଥିବା ବେଳେ ୨୦୧୭ରେ ୩୨୮ କୋଟି ଲୋନ୍ ଘୋଟାଲା ମାମଲରେ ତାଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲା ପୋଲିସ ।

Leave A Reply

Your email address will not be published.