ସୋନୁ ସୁଦ୍ “ଷ୍ଟେଟ୍ ଆଇକନ୍ ‘ ଭାବେ ନିଯୁକ୍ତ

0 77

ଚଣ୍ଡିଗଡ଼, ୧୭ ।୧୧: ଭାରତୀୟ ନିର୍ବାଚନ ଆୟୋଗ ବଲିଉଡ଼ର ଚର୍ଚ୍ଚିତ ଅଭିନେତା ତଥା ପ୍ରଯୋଜକ ସୋନୁ ସୁଦଙ୍କୁ ପଞ୍ଜାବ ରାଜ୍ୟର “ଷ୍ଟେଟ ଆଇକନ’ ଭାବେ ନିଯୁକ୍ତି ଦେବାକୁ ମଞ୍ଜୁର କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ଏସ କରୁଣା ରାଜୁ କହିଛନ୍ତି ଯେ, ସୋନୁ ସୁଦଙ୍କୁ ଷ୍ଟେଟ ଆଇକନ କରିବାକୁ ଭାରତୀୟ ନିର୍ବାଚନ ଆୟୋଗକୁ ଏକ ପ୍ରସ୍ତାବ ଦିଆଯାଇଥିଲା ଯାହାକୁ ମଞ୍ଜୁରି ମିଳିଛି । ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ ରାଜ୍ୟରେ ସୋନୁ ସୁଦଙ୍କ ସହ ମିଶି ଲୋକଙ୍କୁ ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ଦେବ ଏବଂ ନିୟମାବଳୀକୁ ଦୃଷ୍ଟିରେ ରଖି ପ୍ରଚାର କରିବ । ମେଗା ଜିଲ୍ଲାର ସୋନୁ ହିନ୍ଦି, ତାମିଲ, ତେଲୁଗୁ, କନ୍ନଡ ଭଳି ଫିଲ୍ମ କରି ସାରା ଦେଶରେ ପରିଚିତ ହୋଇପାରିଛନ୍ତି । ସୋନୁ ଲୋକଙ୍କ ସାହାଯ୍ୟ ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ଲକଡାଉନ ସମୟରେ ବିଭିତ୍ତ ସ୍ଥାନରେ ଫସି ରହିଥିବା ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ସହ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ ସୋନୁ ସୁଦ୍ । ଆଉ ଏହାପରେ ସେ ହୋଇଯାଇଥିଲେ ପ୍ରବାସୀଙ୍କ ପାଇଁ ଜୀବନ୍ତ ଦେବତା । ଏହା ବ୍ୟତୀତ କରୋନା ସମୟରେ ତାଙ୍କ ସାହାସିକତା ଦେଖି ସଂଯୁକ୍ତ ରାଷ୍ଟ୍ର ଆମେରିକା ଡେଭେଲପମେଣ୍ଟ ପ୍ରୋଗ୍ରାମ ଦ୍ୱାରା ସୋନୁଙ୍କୁ ଏସ.ଡି ଜି ସ୍ପେସାଲ ହ୍ୟୁମାନିଟି ଆକ୍ସନ ପୁରସ୍କାର ମଧ୍ୟ ଦେଇଛି ।

Leave A Reply

Your email address will not be published.