ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ହସ୍ପିଟାଲରେ ଲାଗିଲା ନିଆଁ

0 69

ସୁରତ, ୧୮ ।୧୧: ଗୁଜରାଟର ସୁରତ ଅନ୍ତର୍ଗତ ଅଥୱାଲିନେସ ଅଞ୍ଚଳରେ ଥିବା ଗୋଟିଏ ହସ୍ପିଟାଲରେ ଆଜି ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ବେଳେ ସେଠାରେ ଥିବା ରୋଗୀଙ୍କ ଚିକିତ୍ସା ଚାଲିଥିଲା । ନିଆଁ ଲାଗିବା ପରେ ପ୍ରଥମେ ରୋଗୀଙ୍କୁ ସୁରକ୍ଷିତ ହସ୍ପିଟାଲ ବାହାରକୁ ଅଣାଯାଇଛି । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ କିମ୍ବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଆଜି ଅପରାହ୍ନରେ ଟ୍ରିଷ୍ଟାର ହସ୍ପିଟାଲରେ ନିଆଁ ଲାଗିବାରୁ ଏଠାରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଖବର ସାମ୍ନାକୁ ଆସିଛି । ନିଆଁ ଲାଗିବା ଯୋଗୁ ପ୍ରବଳ ଧୁଆଁ ବାହାରିଥିଲା । ଏହି କାରଣରୁ କିଛି ରୋଗୀ ଅଣନିଃଶ୍ୱାସୀ ହୋଇଯାଇଥିବା ଖବର ମଧ୍ୟ ମିଳିଛି । ଗୋଟିଏ ପଟେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ରୋଗୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ଥାନାନ୍ତର କରୁଥିବାର ଫଟୋ ସାମ୍ନାକୁ ଆସିଛି ।

Leave A Reply

Your email address will not be published.