ଚୀନର ଟେନସନ୍ ବଢ଼ାଇଛି ମାଲାବାର ଯୁଦ୍ଧାଭ୍ୟାସ

0 61

ନୂଆଦିଲ୍ଲୀ, ୨୦ ।୧୧: ଆରବ ସାଗର ଏବଂ ହିନ୍ଦ ମହାସାଗରରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମାଲାବାର ଯୁଦ୍ଧାଭ୍ୟାସ ଚୀନ୍ର ଟେନସନ ବଢାଇଦେଇଛି । ଶୁକ୍ରବାର ସାମ୍ନାକୁ ଆସିଥିବା ଭିଡିଓରେ ଭାରତୀୟ ନୌସେନାର ମିଗ୍ ୨୯ ଏବଂ ଆମେରିକା ନୌସେନାର ଏଫ୍ ୧୮ ଲଢୁଆ ବିମାନ ସ୍ଥଳ ସେନା ଉପରେ ଆକ୍ରମଣ ନେଇ ଯୁଦ୍ଧାଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଲଢୁଆ ବିମାନ ଭାରତୀୟ ବିମାନ ବହନ କରୁଥିବା ବୁଡାଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ଉଡାଣ ଭରୁଥିବା ଏବଂ ଲ୍ୟାଣ୍ଡିଂ କରୁଥିବା ଦେଖିବାକୁ ମିଳିଛି । ମାଲାବାର ଯୁଦ୍ଧାଭ୍ୟାସର କିଛି ଦୃଶ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ଭାରତୀୟ ନୌସେନା କହିଛି ଯେ, ଭାରତୀୟ ନୌସେନାର ମିଗ୍ ୨୯ ଏବଂ ଆମେରିକାର ଏଫ୍ ୧୮ ନୌସେନାର ମାରିଟାଇମ୍ ପାଟ୍ରୋଲ ଏୟାରକ୍ରାଫ୍ଟ ପି-୮ଆଇ ଏବଂ ଆମେରିକା ନୌସେନାର ଏସଇଡବ୍ଲୁ ଏୟାରକ୍ରାଫ୍ଟ ଇ୨ସିରୁ ଏକାସଙ୍ଗେ ଉଡାଣ ଭରିଥିଲେ । ମାଲାବାର ଯୁଦ୍ଧାଭ୍ୟାସର ଦ୍ୱିତୀୟ ସୋପାନର ଉତ୍ତର ଆରବ ସାଗରରେ ୧୭ ନଭେମ୍ୱର ୧୭ରୁ ଆରମ୍ଭ ହୋଇଥିଲା । ଏହି ଅଭ୍ୟାସରେ ଦୁଇଟି ବିମାନ ବାହକ ବୁଡାଜାହାଜ ଏବଂ କିଛି ଅଗ୍ରୀମ ପୋତ, ବୁଡାଜାହାଜକୁ ସାମିଲ କରାଯାଇଛି । ୪ ଦିନିଆ ଏହି ଅଭ୍ୟାସରେ ଭାରତୀୟ ନୌସେନାର ବିକ୍ରମାଦିତ୍ୟ ପୋତ ଯୋଦ୍ଧା ସମୂହ ଏବଂ ଆମେରିକୀୟ ନୌସେନାର ନିମିଜ୍ ଷ୍ଟ୍ରାଇକ୍ ଗ୍ରୁପ୍ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛି । ଆମେରିକୀୟ ନିମିଜ୍ ହେଉଛି ବିଶ୍ୱର ସବୁଠାରୁ ବଡ ଯୁଦ୍ଧ ଜାହାଜ । ଅଷ୍ଟ୍ରେଲୀୟ ନୌସେନା ଏହାର ଜାହାଜ ଏଚଏମଏଏସ ବାଲାରେଟ୍ ନିୟୋଜିତ କରାଯାଇଥିବାବେଳେ ଜାପାନ ନୌସେନା ବିଧ୍ୱଂଶକ ଜାହାଜ ଜେଏସ୍ ମୁରାମସେକୁ ପଠାଇଛି । ମାଲାବାର ଯୁଦ୍ଧାଭ୍ୟାସର ପ୍ରଥମ ସୋପାନ ୩ରୁ ୬ ନଭେମ୍ବର ବଙ୍ଗୋପସାଗରରେ ଆୟୋଜିତ ହୋଇଥିଲା । ଏହି ସମୟରେ ବୁଡାଜାହାଜରୋଧୀ ବାୟୁ ଯୁଦ୍ଧ କ୍ଷମତା ସମେତ କେତେକ ଜଟିଳ ଅଭ୍ୟାସ କରାଯାଇଛି । ଏହି ବଡ ଅଭ୍ୟାସ ଏଭଳି ସ୍ଥିତିରେ ହେଉଛି ଯେତେବେଳେ ପୂର୍ବ ଲଦାଖରେ ଗତ ୬ ମାସରୁ ଅଧିକ ସମୟ ହେବ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ବିବାଦ ଲାଗିରହିଛି ।

Leave A Reply

Your email address will not be published.