ପୋମ୍ପିଓଙ୍କ କାବୁଲ ଗସ୍ତ ପୂର୍ବରୁ ରକେଟ୍ ମାଡ଼, ଅନେକଙ୍କ ମୃତ୍ୟୁ ଆଶଙ୍କା

0 86

କାବୁଲ୍, ୨୧ ।୧୧: ଆଫଗାନିସ୍ତାନର ରାଜଧାନୀ କାବୁଲରେ ରକେଟ୍ ମାଡ଼ ହୋଇଛି । ରକେଟ୍ ମାଡ଼ ପରେ ଦୁଇଟି ବୋମା ବିସ୍ପୋରଣ ମଧ୍ୟ ହୋଇଛି । ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ରକେଟ୍ ମାଡ଼ ହୋଇଥିବା ସ୍ଥାନକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । କାରଣ ଯେଉଁ ସ୍ଥାନରେ ରକେଟ୍ ମାଡ଼ ହୋଇଛି ସେହି ସ୍ଥାନରେ ଅନେକ ଦେଶର ଦୂତାବାସ ଏବଂ ଅନ୍ତର୍ଜାତୀୟ କମ୍ପାନୀ ରହିଛି । ଅନ୍ୟପଟେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ମଧ୍ୟ କାବୁଲ ଆସିବାର ରହିଛି । ଏହି ସମୟରେ ପୋମ୍ପିଓ ତାଲିବାନ୍ ଏବଂ ଆଫଗାନିସ୍ତାନ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଫଗାନିସ୍ତାନରୁ ଆମେରିକା ମଧ୍ୟ ନିଜର ସେନା ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ରହିଛି । ଏଭଳି ସ୍ଥିତିରେ କାବୁଲରେ ରକେଟ୍ ମାଡ଼କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିୟ ଏହା ପରୋକ୍ଷରେ ଆମେରିକାକୁ ଏକ ପ୍ରକାର ଚେତାବନୀ ବୋଲି ମଧ୍ୟ କୁହାଯାଉଛି । ସେପ୍ଟେମ୍ୱରରେ ତାଲିବାନ ଏବଂ ଆଫଗାନ ସରକାର ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ ବାର୍ତ୍ତା ହୋଇଥିଲା । ହେଲେ ଏହାପରେ ଆଲୋଚନାରେ ସେତେଟା ଅଗ୍ରଗତି ଦେଖାଯାଇନି । କାବୁଲ ପ୍ରଶାସନ କହିଛି, ତାଲିବାନ ମୁହଁରେ ଶାନ୍ତି ବାବଦରେ କଥା ହେଉଛି ହେଲେ ଆକ୍ରମଣ ପଛରେ ସେ ହିଁ ଦାୟୀ । ତେବେ କାବୁଲ ପୁଲିସ ଆକ୍ରମଣକାରୀ ବାବଦରେ କୌଣସି ମତ ରଖିନି । ସେହିପରି କୌଣସି ଆତଙ୍କୀ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି ।

Leave A Reply

Your email address will not be published.