ହାଥରସ୍ ବଳାତ୍କାର ଓ ହତ୍ୟା ମାମଲା

0 73

ଅଭିଯୁକ୍ତଙ୍କ ହେବ ନାର୍କୋ ଟେଷ୍ଟ

ହାଥରସ୍ ୨୨ ।୧୧: ହାଥରସ୍ ଗଣଦୁଷ୍କର୍ମ ମାମଲାରେ ଚାରି ଅଭିଯୁକ୍ତଙ୍କ ନାର୍କୋ ଟେଷ୍ଟ କରାଯିବ । ସିବିଆଇ ଚାରି ଅଭିଯୁକ୍ତଙ୍କୁ ଧରି ଅହମ୍ମଦାବାଦ ପହଞ୍ଚି ଯାଇଛି । ହାଥରସ୍ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହାର ସୂଚନା ଦିଆଯାଇଛି । ନାର୍କୋ ଟେଷ୍ଟ କରାଯାଇ ଘଟଣା ଉପରୁ ପରଦା ହଟାଇବାକୁ ଉଦ୍ୟମ ଚଳାଇଛି ସିବିଆଇ । ଏହା ପୂର୍ବରୁ ଦୁଷ୍କର୍ମ ମାମଲାରେ ଘଟଣାସ୍ଥଳରେ ସର୍ବପ୍ରଥମେ ପହଞ୍ଚିଥିବା ଛୋଟୁ ନାମକ ଯୁବକ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ଥିଲା । ସେ କହିଥିଲେ ଯେ, ସତ୍ୟ ସାମ୍ନାକୁ ଆଣିବା ପାଇଁ ସେ ଟେଷ୍ଟ ଲାଗି ପ୍ରସ୍ତୁତ । ଏଥିସହ ପୀଡିତାଙ୍କ ପରିଜନଙ୍କ ମଧ୍ୟ ଟେଷ୍ଟ ହେବା ଉଚିତ୍ ବୋଲି ଯୁବକ କହିଥିଲେ । ହେଲେ ଯୁବକଙ୍କ ମା ଏଥିରେ ଆପତ୍ତି ଉଠାଇ ପୁଅ ନାବାଳକ ହୋଇଥିବା କହିଥିଲେ । ତାଙ୍କ କହିବାନୁଯାୟୀ ପୁଅକୁ ଛାଡି ଅନ୍ୟମାନଙ୍କୁ ଜେରା କରାଯାଉ । ମୋ ପୁଅ ଏବେ ନାବାଳକ । ଚଦମ୍ପା ଅଞ୍ଚଳର ଗୁଲଗଢି ଗାଁରେ ଯୁବତୀଙ୍କ ସହିତ ହୋଇଥିବା ଦୁଷ୍କର୍ମ ଘଟଣାରେ ସିବିଆଇ ଯାଞ୍ଚରେ ଜୁଟିଛି । ଘଟଣା ସମୟରେ ନିକଟ କ୍ଷେତରେ କାମ କରୁଥିବା ଛୋଟୁ ନାମକ ଯୁବକ ଘଟଣାସ୍ଥଳରେ ସର୍ବପ୍ରଥମେ ପହଞ୍ଚିଥିବା ଦାବି କରିଥିଲା । ତାଙ୍କ ଘର ପୀଡିତାଙ୍କ ଘରଠୁ ଦୂରରେ ଅବସ୍ଥିତ । ଏହି ଯୁବକ ହିଁ ଘଟଣା ପରେ ପରେ ପୀଡିତାଙ୍କ ଭାଇଙ୍କୁ ଡାକିବା ପାଇଁ ତାଙ୍କ ଘରକୁ ଯାଇଥିଲା । ସିବିଆଇ ଛୋଟୁକୁ ଅନେକ ଥର ପଚରାଉଚୁରା କରି ସାରିଛି । ଯୁବକ ଅନୁଯାୟୀ ସିବିଆଇ ତାଙ୍କୁ ୨୦ରୁ ଅଧିକ ଥର ପଚରା ଉଚୁରା କରି ସାରିଛି ।

Leave A Reply

Your email address will not be published.