ଗଞ୍ଜେଇ ସେବନ କରୁଥିବା ମାନିଲେ ଭାରତୀ

0 86

୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ହର୍ଷ-ଭାରତୀ

ମୁମ୍ବାଇ, ୨୨ ।୧୧ :ବଲିଉଡ୍ ଡ୍ରଗ୍ସ ମାମଲାରେ ବହୁ ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ବଢ଼ିଛି ଅଡ଼ୁଆ । ଘରୁ ଗଞ୍ଜେଇ ମିଳିବା ପରେ ରବିବାର ଏନସିବି ଉଭୟଙ୍କୁ ମାରାଥନ ଜେରା ପରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଆଜିଠାରୁ ଭାରତୀ ଏବଂ ହର୍ଷଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି । ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରୁ କରୁ ଡ୍ରଗ୍ସ ଲିଙ୍କର ଖୁଲାସା ହେବା ପରେ ଏନସିବି ଏନେଇ ଜୋରଦାର୍ ତଦନ୍ତ ଚଳାଇଛି । ଏହି କ୍ରମରେ ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର ଓ ଅର୍ଜୁନ ରାମପାଳଙ୍କ ଭଳି ବଲିଉଡର ଅନେକ ବଡ଼ ତାରକା ଏନସିବି ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ଏବେ ପାଳି ପଡ଼ିଛି ଭାରତୀଙ୍କର । ଏନସିବି ଭାରତୀ ଓ ହର୍ଷଙ୍କ ଘରେ ଚଢ଼ାଉ କରି ୮୬.୫ ଗ୍ରାମର ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ମିଳିବା ପରେ ଏନସିବି ଉଭୟ ଭାରତୀ ଓ ହର୍ଷଙ୍କୁ ୧୫ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲା । ତେବେ ଜେରା ସମୟରେ ଭାରତୀ ଗଞ୍ଜେଇ ବ୍ୟବହାର କରୁଥିବା ସ୍ୱୀକାର କରିଥିଲେ । ଗିରଫ ପରେ ଉଭୟଙ୍କ ମେଡିକାଲ ଯାଞ୍ଚ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା, ଯେଉଁଠାରେ ଉଭୟଙ୍କୁ ୧୪ ଦିନ ଅର୍ଥାତ୍ ଡିସେମ୍ବର ୪ ଯାଏଁ ବିଚାର ବିଭାଗୀୟ ହେପାଜତକୁ ପଠାଇବା ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.