ଏନସିବି ଅଧିକାରୀଙ୍କୁ ଆକ୍ରମଣ

0 69

ମୁମ୍ୱାଇ, ୨୩ ।୧୧: ମହାରାଷ୍ଟ୍ରରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିବା ପରେ ଏନସିବି ବିଭିନ୍ନ ସ୍ଥାନରେ ରେଡ୍ କରୁଛି । ଏହାରି ଭିତରେ ଏନସିବିର ଏକ ଟିମ୍ ଡ୍ରଗ୍ସ ପେଡେଲରଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛି । ଏନସିବିର ଜୋନାଲ୍ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଏବଂ ତାଙ୍କ ନେତୃତ୍ୱାଧୀନ ୫ ଜଣିଆ ଟିମ୍ ମୁମ୍ୱାଇର ଗୋରେଗାଓଁରେ ଆକ୍ରମଣର ଶିକାର ହୋଇଛି । ୬୦ ଜଣ ଲୋକଙ୍କ ଦ୍ୱାରା ସଂଘବଦ୍ଧ ଭାବରେ ଏନସିବି ଟିମ୍ ଆକ୍ରମଣର ଶିକାର ହୋଇଛି । ଏହି ମାମଲାରେ ତିନି ·ରି ଜଣଙ୍କୁ ଗିରଫ୍ କରିଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ଏନସିବି ଶନିବାର ଏକ ପ୍ରଡକ୍ସନ ହାଉସ ଏବଂ ଭାରତୀ ସିଂହଙ୍କ ଘରେ ରେଡ୍ କରିଥିଲା । ଶନିବାର ଭାରତୀ ଗିରଫ ହୋଇଥିବା ବେଳେ ରବିବାର ଭାରତୀଙ୍କ ସ୍ୱାମୀ ହର୍ଷ ଗିରଫ୍ ହୋଇଥିଲେ । ଏବେ ଉଭୟ ଜାମିନ୍ ପାଇଛନ୍ତି । ବଲିଉଡ ସୁପରଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିଛି । ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର ଓ ଅର୍ଜୁନ ରାମପାଲଙ୍କ ଭଳି ବଲିଉଡର ଅନେକ ବଡ଼ ତାରକା ଏନସିବି ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ଏହି ସମୟରେ ଅନେକ ଡ୍ରଗ୍ସ ପେଡେଲର ମଧ୍ୟ ଗିରଫ ହୋଇଛନ୍ତି ।

Leave A Reply

Your email address will not be published.