‘ଓବେସୀ ହେଉଛନ୍ତି ଜିନ୍ନାଙ୍କ ନୂଆ ଅବତାର’

0 73

ହାଇଦ୍ରାବାଦ, ୨୪ ।୧୧: ବିଜେପିର ଯୁବ ସାଂସଦ ତେଜସ୍ୱୀ ସୂର୍ଯ୍ୟ ବଡ଼ ବୟାନ ଦେଇଛନ୍ତି । ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ସେ ସ୍ଥାନୀୟ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଉଦ୍ଦିନ ଓବେସୀଙ୍କୁ ସାମାଲୋଚନା କରିବା ବେଳେ ବିବାଦୀୟ ବୟାନ ଦେଇଛନ୍ତି । ଅସାଦୁଦ୍ଦିନ ଓବେସୀଙ୍କୁ ସେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ଅବତାର ବୋଲି କହିବା ସହ ଓବେସୀଙ୍କ ସପକ୍ଷରେ ଗୋଟିଏ ଭୋଟ ଦେବାର ଅର୍ଥ ଭାରତ ବିରୋଧରେ ଗୋଟିଏ ଭୋଟ ଦେବା ସହ ସମାନ ବୋଲି କହିବାକୁ ପଛାଇ ନାହାନ୍ତି । ଅସାଦୁଦ୍ଦିନ ଓବେସୀ ଓ ତାଙ୍କ ଭାଇ ଅକବରୁଦ୍ଦିନ ଓବେସୀ ସାଂପ୍ରଦାୟିକ ଓ ବିଭାଜନର ରାଜନୀତି କରୁଥିବା ତେଜସ୍ୱୀ ଅଭିଯୋଗ କରିଛନ୍ତି । ଏଥିସହ ଓବେସୀ କେବଳ ରୋହିଙ୍ଗ୍ୟା ମୁସଲିମ ମାନଙ୍କୁ ଅନୁମତି ଦେଉଛନ୍ତି ଓ ହାଇଦ୍ରାବାଦର ବିକାଶ କରିବାକୁ ଚାହୁଁ ନଥିବା ସେ କହିଛନ୍ତି । ତେଜସ୍ୱୀ କହିଛନ୍ତି, ଯଦି ଆପଣମାନେ ଏଠାରେ ଓବେସୀଙ୍କୁ ଭୋଟ ଦେବେ, ତା’ହେଲେ ସେ ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର ଓ କର୍ଣ୍ଣାଟକାରେ ଥିବା ମୁସଲିମ ବହୁଳ ଅଞ୍ଚଳରେ ଶକ୍ତିଶାଳୀ ହୋଇଯିବେ । ଓବେସୀ କିଏ? ଓବେସୀ ହେଉଛନ୍ତି ଜିନ୍ନାଙ୍କ ନୂଆ ଅବତାର । ଆମେ ତାଙ୍କୁ ଯେମିତି ହେଲେ ବିରୋଧ କରିବା । ଓବେସୀଙ୍କ ସପକ୍ଷରେ ଗୋଟିଏ ଭୋଟ ଦେବାର ଅର୍ଥ ଭାରତ ବିରୋଧରେ ଗୋଟିଏ ଭୋଟ ଦେବା ସହ ସମାନ । ଏକଥା ପ୍ରତିଟି ଭାରତୀୟ ମନେ ରଖିବା ଦରକାର । ଆପଣମାନେ ଯେତେଥର ତାଙ୍କୁ ଭୋଟ ଦେବେ, ସେତେଥର ଏହା ଭାରତ ବିରୋଧରେ ଭୋଟ ବୋଲି ମନେରଖିବାକୁ ପଡ଼ିବ ।

Leave A Reply

Your email address will not be published.