ଚନ୍ଦ୍ରକୁ ମାନବ ବିହୀନ ଯାନ ପଠାଇଲା ଚୀନ୍

0 74

ବେଜିଂ, ୨୪ ।୧୧: ସାରା ବିଶ୍ୱ ଯେତେବେଳେ କରୋନା ମହାମାରୀର ସମ୍ନା କରୁଛି ସେତେବେଳେ ଚାଇନା ଆଉ ପାଦେ ଆଗକୁ ଯାଇ ଚନ୍ଦ୍ରରୁ ନମୁନା ସଂଗ୍ରହ କରିବା ପାଇଁ ମାନବବିହୀନ ଯାନ ପଠାଇଛି । ମଙ୍ଗଳବାର ଚାଇନା ଏହି ମାନବବିହୀନ ଯାନକୁ ସଫଳ ଭାବରେ ଉତକ୍ଷେପଣ କରିଛି । ନମୁନା ସଂଗ୍ରହ କରିସାରିବା ପରେ ଏହି ଯାନ ପୃଥିବୀକୁ ଫେରିବ ବୋଲି ଚାଇନା ବୈଜ୍ଞାନିକ ଆଶା ରଖିଛନ୍ତି । ଆସୋସିଏଟେଡ୍ ପ୍ରେସର ଖବର ଅନୁଯାୟୀ, ଚାଇନାର ଦକ୍ଷିଣ ପ୍ରାନ୍ତର ହେନାନ ସ୍ଥିତ ବେନଚାଙ୍ଗରୁ “ଚାଙ୍ଗ୍ ଏ-୫’ ଛଡ଼ାଯାଇଛି । ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା । ଦୀର୍ଘ ୪୦ ବର୍ଷ ଧରି ବୈଜ୍ଞାନିକମାନେ ଏହା ଉପରେ ଅନେକ ତର୍କ ବିତର୍କ କରିଥିଲେ । ଶେଷର ଚାଇନା ମହାକାଶକୁ ମାନବବିହୀନ ଯାନ ପଠାଇ ନମୁନା ସଂଗ୍ରହ କରିବାକୁ “ଚାଙ୍ଗ୍ ଏ-୫’କୁ ପଠାଇଛି । କୁହାଯାଉଛି ଏହି ମହାକାଶଯାନ ଯେତେବେଳେ ଚନ୍ଦ୍ରରେ ପହଞ୍ଚିବ ସେତେବେଳେ ଅନେକ ନମୁନା ଏକାଥରେ ସଂଗ୍ରହ କରିପାରିବ । ଏହି କାମ “ଚାଙ୍ଗ୍ ଏ-୫’ରେ ଥିବା ଏକ ରବୋର୍ଟ କରିବ । ମୋଟ୍ ୨ କିଲୋଗ୍ରାମର ନମୁନା (ମାଟି, ପଥର) ଆଦି ଉଠାଇବାକୁ ଯୋଜନା ରହିଛି । ମୋଟ୍ କାମ ପାଇଁ ୨୦ ଦିନ ସମୟ ଲାଗିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.