ସାନୀ ଇଣ୍ଡିଆ ୧୫୦୦୦ ମେସିନ୍ ବିକ୍ରି ମାଇଲ୍ ଖୁଂଟ ଅତିକ୍ରମ କଲା

0 72

କନଷ୍ଟ୍ରକଶନ୍ ଯନ୍ତ୍ରାଶଂ ଏବଂ ହେଭି ମେସିନ୍ ନିର୍ମାତା ସାନୀ ଇଣ୍ଡିଆ ଚଳିତ ମାସରେ ୧୫୦୦୦ ମେସିନ୍ ବିକ୍ରି ମାଇଲ୍ ଖୁଂଟ ଅତିକ୍ରମ କରିଛି । ଗ୍ରାହକଙ୍କ ବିଶ୍ୱାସନୀୟତାକୂ ଆଧାର କରି ସାନୀ ଇଣ୍ଡିଆ ଏହି ଲକ୍ଷ୍ୟ ପୂରଣ କରିବାକୁ ସକ୍ଷମ ହୋଇଛି । ଇତିମଧ୍ୟରେ ଦକ୍ଷିଣ ଏସିଆ ଏବଂ ଭାରତରେ କମ୍ପାନୀର ୩୬ ଡିଲର ରହିଥିବାବେଳେ ୧୫୦ କଷ୍ଟମର ଟଚ୍ ପଏଣ୍ଟ ସ୍ଥାପିତ ହୋଇ ପାରିଛି । ଏହି ଅବସରରେ ସାନୀ ଇଣ୍ଡିଆର ଭାରତ ଏବଂ ଦକ୍ଷିଣ ଏସିଆ ପରି•ଳନା ନିର୍ଦ୍ଦେଶକ ଦୀପକ ଗର୍ଗ କହିଲେ, କମ୍ପାନୀ ୧୫୦୦୦ ମେସିନ୍ ବିକ୍ରି ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ଆମେ ବେଶ୍ ଆନନ୍ଦିତ । ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ଆମେ ଗ୍ରାହକଙ୍କୁ ଉନ୍ନତ ମାନର କନଷ୍ଟ୍ରକଶନ୍ ଯନ୍ତ୍ରାଶଂ ଏବଂ ହେଭି ମେସିନ ଯୋଗାଇ ଦେଇଥାଏ । ଆମର •ହିଦା ବଢ଼ିଥିବା ଏଥିରୁ ସ୍ପଷ୍ଟ ପ୍ରତିପାଦିତ ହେଉଛି । ଏହି ଅବସରରେ ସାନୀ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଏସ୍ସିଏମ୍- ଅପରେଶନ୍ ଏବଂ ଆର୍ ଆଣ୍ଡ୍ ଡି ବରିଷ୍ଠ ଉପସଭାପତି ମହେଶ ତ୍ରିପାଠୀ କହିଲେ, ମେସିନ୍ ବିକ୍ରିରେ ପ୍ରଥମ ୫୦୦୦ ଛୁଇଁବାକୁ ଆମକୁ ୮ ବର୍ଷ ସମୟ ଲାଗିଥିଲା । ତେବେ ପରବର୍ତ୍ତୀ ୧୦୦୦୦ ମେସିନ୍ ବିକ୍ରି କରିବା ପାଇଁ ଆମକୁ କେବଳ ୪ ବର୍ଷ ସମୟ ଲାଗିଛି । ସାନୀ ଇଣ୍ଡିଆ ୨୦୦୯ରେ ଏହାର କାରବାର ଆରମ୍ଭ କରିଥିଲା । ୨୦୧୪ରେ ଏହା ମାତ୍ର ୩ଟି ଏକ୍ସାଭେଟର ମଡେଲ ନିର୍ମାଣ କରୁଥିବାବେଳେ ଏବେ ଏହାର ସଂଖ୍ୟା ୧୬ରେ ପହଞ୍ଚିଛି । ଏବେ କମ୍ପାନୀର ୭ଟି ଟ୍ରକ୍ କ୍ରେନ୍ ମଡେଲ ଭାରତରେ ନିର୍ମିତ ହେଉଛି । ଭାରତରେ କମ୍ପାନୀର ୪୫ଟି କନଷ୍ଟ୍ରକଶନ୍ ଯନ୍ତ୍ରାଶଂ ନିର୍ମାଣ କରାଯାଉଛି । କମ୍ପାନୀ ” ଭୋକାଲ ଫର୍ ଲୋକାଲ’କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଦେଶର ଆର୍ଥିକ ବିକାଶକୁ କମ୍ପାନୀ ପ୍ରାଥମିକତା ଦେଉଛି । ସ୍ଥାନୀୟ ଲୋକଙ୍କ ବିକାଶ ସହିତ ସ୍ତାନୀୟ ଭେଣ୍ଡରଙ୍କ ସହାୟତାକୁ କମ୍ପାନୀ ପ୍ରାଥମିକତା ଦେଇଥାଏ । କମ୍ପାନୀ ପକ୍ଷରୁ ଏହାର ବାର୍ଷିକ ବିକ୍ରିର ୫ ପ୍ରତିଶତ ଟଙ୍କା ଆର୍ ଆଣ୍ଡ୍ ଡି କ୍ଷେତ୍ରରେ ବିନିଯୋଗ କରିଥାଏ । ଉତ୍ପାଦଗୁଡ଼ିକର ଗୁଣବତ୍ତା ବିକାଶ ଲାଗି କମ୍ପାନୀ ଉଦ୍ୟମ ଅବ୍ୟାହତ ରଖିଛି । ଗ୍ରାହକ ସେବା ସମ୍ପର୍କିତ ସହାୟତା ପାଇଁ କମ୍ପାନୀ ପକ୍ଷରୁ ନିଶୁଳ୍କ ନମ୍ବର ୧୮୦୦୨୦୯୩୩୭ ଜାରି କରାଯାଇଛି ।

Leave A Reply

Your email address will not be published.