୧୪୪ ଧାରା କଟକଣାରେ ପାରଳା ଜଗନ୍ନାଥ ମନ୍ଦିର

0 69

ପାରଳାଖେମୁଣ୍ଡି: କରୋନା କବଳରୁ ସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ଧାରା କଟକଣା ଜାରି କରାଯାଇଛି । ପ୍ରତ୍ୟେକ ବର୍ଷ ବିଶେଷ କରି କାର୍ତ୍ତିକ ମାସ ଏକାଦଶୀ ଓ ପଞ୍ଚୁକ ଆରମ୍ଭ ଦିନ ଠାରୁ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ଅସମ୍ଭବ ଲୋକଙ୍କ ଭିଡ ଜମେ । ମନ୍ଦିର ଠାରୁ ୧୦୦ମିଟର ଦୁରତାରେ ଚାରି ଦିଗରୁ ଭୋର ସକାଳ ଠାରୁ ୧୪୪ ଧାରା ଲାଗୁ କରାଯାଇ ସକାଳ ୧୦ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖାଯାଇଛି । ଏଠାରେ ପାରଳା ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ମାଜିଷ୍ଟ୍ରେଟ ରୁପେ ନିୟୋଜିତ ହୋଇଥିବା ବେଳେ ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସ ଦଳ ସଜାଗ ଅଛନ୍ତି । ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି,ପ୍ରଶାସନର ଏହି କଟକଣାକୁ ବାରଣ କଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.