ଚଳିତ ବର୍ଷ ବିଦେଶକୁ ଉଡ଼ିବନି ବିମାନ, ନିୟମ ବଦଳାଇଲେ ସରକାର

0 63

ନୂଆଦିଲ୍ଲୀ: ଚଳିତ ବର୍ଷ ବିଦେଶୀକୁ କୌଣସି ଯାତ୍ରୀବାହୀ ବିମାନ ଉଡ଼ାଣ କରିପାରିବ ନାହିଁ । ମହାମାରୀ କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଗତକାଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଡିସେମ୍ବର ମାସ ପାଇଁ ଜାରି କରିଥିବା ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବ ଗାଇଡଲାଇନ ଅନୁଯାୟୀ, ଡିସେମ୍ବର ୧ ପରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରାଯିବ ବୋଲି କୁହାଯାଇଥିଲା । ହେଲେ ଆଜି ଏଥିରେ ସଂଶୋଧନ କରାଯାଇଛି । ଆସନ୍ତା ଡିସେମ୍ବର ୩୧ ଯାଏ ଭାରତରୁ ବିଦେଶୀକୁ କୌଣସି ପ୍ରକାରର ଅନ୍ତର୍ଜାତୀୟ ବିମାନ ଉଡ଼ିବ ନାହିଁ ବୋଲି କୁହାଯାଇଛି । ଡିଜିସିଏ କହିଛି ଯେ ନିୟମିତ ଅନ୍ତର୍ଜାତୀୟ ବିମାନ ସେବାକୁ ଡିସେମ୍ବର ୩୧ ଯାଏ ବନ୍ଦ ରଖାଯାଇଛି । ହେଲେ ସମୟ ଅନୁସାରେ କିଛି ନିର୍ଦ୍ଦିଷ୍ଟ ରୁଟ୍ରେ ବିମାନ ସେବା ଆବଶ୍ୟକ ସ୍ଥଳରେ ଆରମ୍ଭ କରାଯାଇ ପାରିବ । ସେହିପରି ପୂର୍ବଭଳି ମାଲ ପରିବହନ ବିମାନଗୁଡ଼ିକ ଉପରେ କୌଣସି କଟକଣା ଲାଗୁ କରାଯିବ ନାହିଁ । ଏହି ବିମାନ ଗୁଡ଼ିକ ଅନ୍ତର୍ଜାତୀୟ ସେବା ଯୋଗାଇପାରିବେ । ଡିସେମ୍ବର ୩୧ ଯାଏ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବାରୁ ଆସନ୍ତାବର୍ଷ ହିଁ ଲୋକେ ବିନା କୌଣସି କଟକଣାରେ ବିଦେଶ ଯାତ୍ରା କରିବାକୁ ଅନୁମତି ପାଇବେ ବୋଲି କୁହାଯାଉଛି । ଚଳିତ ବର୍ଷ ମାର୍ଚ୍ଚ ମାସରୁ କରୋନା ସଂକ୍ରମଣ ପାଇଁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ ରଖିଥିଲେ । ତେବେ ମେ’ ମାସରୁ ବନ୍ଦେ ଭାରତ ମିଶନ ଜରିଆରେ ବିଭତ୍ତ ଦେଶରେ ଫସିଥିବା ଲୋକଙ୍କୁ ସ୍ୱଦେଶ ଫେରାଇ ଅଣାଯିବାର ବ୍ୟବସ୍ଥା କରାଯାଉଛି ।

Leave A Reply

Your email address will not be published.