ମମତାଙ୍କ ମନ୍ତ୍ରିମଣ୍ଡଳରୁ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା

0 66

କୋଲକାତା: ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ପୂର୍ବରୁ ଦଳର ବରିଷ୍ଠ ନେତା ମମତାଙ୍କ ହାତ ଛାଡ଼ୁଥିବା ବେଳେ ଏବେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶୁଭେନ୍ଦୁ ଅଧିକାରୀ । ସେ ମମତା ସରକାରରେ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଏହାପୂର୍ବରୁ ସେ ହୁଗୁଳି ବ୍ରିଜ କମିଶନର ଅଧ୍ୟକ୍ଷ ପଦ ମଧ୍ୟ ଛାଡ଼ିଥିଲେ । ଶୁକ୍ରବାର ସକାଳୁ ଶୁଭେନ୍ଦୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା କଥା ଘୋଷଣା କରିଥିଲେ । ଏହାପରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ପରିବହନ ସହ ସେ ମମତାଙ୍କ ସରକାରରେ ଜଳ ସେଚନ ଓ ୱାଟରୱେଜ୍ ବିଭାଗ ମଧ୍ୟ ସମ୍ଭାଳୁଥିଲେ । ତେବେ ସେ କ’ଣ ପାଇଁ ନିଜ ପଦରୁ ଇସ୍ତଫା ଦେଇଛନ୍ତି, ସେକଥା ଜଣାପଡ଼ିନାହିଁ । ସେହିପରି ଶୁଭେନ୍ଦୁଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖରେ ମଧ୍ୟାହ୍ନ ୧.୦୫ରେ ପହଞ୍ଚିଥିବା ସେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.