ଟ୍ରକ ଚାପାରେ ମହିଳା ମୃତ, ୬ଘଣ୍ଟା ଧରି ରାସ୍ତା ଅବରୋଧ

0 69

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ପି.ସଇଲଙ୍ଗ ଗ୍ରାମ ଛକ ଠାରେ ଏକ ୧୪ ଚକିଆ ସିମେଣ୍ଟ ବଝୋଇ ଟ୍ରକ କୌଣସି କାରଣରୁ ଜଣେ ମହିଳାଙ୍କ ଉପରେ ମାଡି ଯାଇଥିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ମୃତକ ମହିଳା ଜଣକ ହେଲେ ପି.ସଇଲଙ୍ଗ ଗ୍ରାମର ସୁଧମତୀ ପାଣୀ । ସିମେଣ୍ଟ ବଝୋଇ ୧୪ଚକିଆ ଟ୍ରକଟି ଛେଳିଗଡ ଦିଗରୁ ରାମଗିରି ଅଭିମୁଖେ ଯାଉଥିବାବେଳେ ପି.ସଇଲଙ୍ଗ ଛକରେ କୌଣସି କାରଣରୁ ଏହିପରି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଗ୍ରାମ ବାସିନ୍ଦା ତଥା ମହିଳା ମାନେ ସେହି ଟ୍ରକ ସହ ଡ୍ରାଇଭର ନାଗସତ୍ୟମଙ୍କୁ ଅଟକ ରଖି ରାସ୍ତା ଅବରୋଧ କରିଥିଲେ । ମୃତକଙ୍କ ପରିବାରଙ୍କୁ କ୍ଷତି ପୁରଣ ଦାବୀ କରି ଏହି ପରି ରାସ୍ତା ଅବରୋଧ କରାଯାଇଥିବାବେଳେ ଛେଳିଗଡ-ରାମଗିରି-ପାରଳାଖେମୁଣ୍ଡି ରାସ୍ତା ଗମନା ଗମନ ବାଧାପ୍ରାପ୍ତ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ଆର୍.ଉଦୟଗିରି ତହସିଲଦାର ସ୍ମୃତି ରଂଜନ ଶତପଥି ପ୍ରମୁଖ ପହଞ୍ôଚ କ୍ଷତିପୁରଣ ବାବଦରେ କଥାବାର୍ତ୍ତା ହେବା ସହ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବୋରଧ ହଟିଥିଲା । ଏନେଇ ଆର୍.ଉଦୟଗିରି ଥାନାରେ ୧୦୩/୨୦ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବାର ଥାନା ଅଧିକାରୀ ମମତା ନାୟକ ଜଣାଇଛନ୍ତି ।

Leave A Reply

Your email address will not be published.