ପବନ ବଂଶଲ ଏଆଇସିସି କୋଷାଧ୍ୟକ୍ଷ ନିଯୁକ୍ତ

0 65

ନୂଆଦିଲ୍ଲୀ, ୨୮ ।୧୧: ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ପବନ ବଂଶଲ ହୋଇଛନ୍ତି ଏଆଇସିସିର କୋଷାଧ୍ୟକ୍ଷ । ଅତିରିକ୍ତ ଦାୟିତ୍ୱ ଭାବରେ ପବନ ବଂଶଲଙ୍କୁ ନିଯୁକ୍ତ କରିଛି କଂଗ୍ରେସ । ଦିବଂଗତ ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ପରେ ଏହି ପଦବୀରେ କିଏ ବସିବେ ସେ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା । ଆକଳନ ଅନୁଯାୟୀ ଏହି ପଦବୀରେ ଅମ୍ୱିକା ସୋନୀ, ଦିଗବିଜୟ ସିଂ, ଅଶୋକ ଗେହଲଟ ଭଳି ପୁରୁଖା ନେତାଙ୍କୁ ବସାଇବାକୁ ଚର୍ଚ୍ଚା ହେଉଥିଲା । ହେଲେ ଏବେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ପବନ ବଂଶଲଙ୍କୁ ଏହି ପଦବୀରେ ବସାଇଛନ୍ତି ହାଇକମାଣ୍ଡ ସୋନିଆ ଗାନ୍ଧୀ । ପବନ ବଂଶଲ ପେଶାରେ ଓକିଲ । ଚଣ୍ଡିଗଡ ଲୋକସଭା ଆସନରୁ ସେ ଚାରି ଥର ନିର୍ବାଚିତ ହୋଇଛନ୍ତି । ୟୁପିଏ ସରକାରରେ ସେ ରେଳ ମନ୍ତ୍ରୀ ହେବା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିଜ୍ଞାନ ଏବଂ କାରିଗର ମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.