ଏଣିକି ରେଳ ଷ୍ଟେସନରେ ମିଳିବ ମାଟି କପ୍ରେ ଚା’

0 68

ନୂଆଦିଲ୍ଲୀ, ୨୯ ।୧୧: ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ଏହାରି ଭିତରେ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଆଗାମୀ ଦିନରେ ଆଉ ପ୍ଲାଷ୍ଟିକ୍ ଚା’ କପ୍ ବଦଳରେ ମାଟି କପ୍ ବା ମଟକାରେ ଚା’ ମିଳିବ । ଦେଶର ସମସ୍ତ ରେଳ ଷ୍ଟେସନରେ ଏହି ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି । ପୀୟୂଷ ଟ୍୍ୱିଟ୍ କରି କହିଛନ୍ତି, ପୂର୍ବରୁ ରେଳ ଷ୍ଟେସନରେ ମଟକାରେ ଚା ମିଳୁଥିଲା । ଏହାପରେ ପ୍ଲାଷ୍ଟିକ୍ କପରେ ଚା ମିଳିଥିଲା । ଏବେ ଖଦି ଗ୍ରାମ ଉଦ୍ୟୋଗ ଏବଂ ରେଳ ବିଭାଗ ମିଳିତ ଭାବେ କାମ କରି ଦେଶର ୪୦୦ ଷ୍ଟେସନରେ ମଟକାରେ ଚା ସେବା କରାଇଛନ୍ତି । ପ୍ଲାଷ୍ଟିକ ମୁକ୍ତ ଭାରତ ହେବା ଦିଗରେ ଏହା ଏକ ଅଭିଯାନ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ପ୍ଲାଷ୍ଟିକ୍ କପରେ ଚା’ କିମ୍ବା ଗରମ ପାଣି ବା କ୍ଷୀର ପିଇଲେ ସେଥିରେ ଥିବା କେମିକାଲ ପଦାର୍ଥ ପେଟକୁ ଯାଏ । ଏହାଦ୍ୱାରା ଅନେକ ରୋଗର ଶିକାର ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.