ଡ୍ରାଗନ୍ ନିର୍ମାଣ କରୁଛି ବିଶାଳ ଡ୍ୟାମ୍

0 78

ନୂଆଦିଲ୍ଲୀ, ୩୦ ।୧୧: ପୂର୍ବ ଲଦାଖରେ ଭାରତ ସହିତ ଚାଇନା ତିକ୍ତତା ଜାରି ରହିଛି । ଏହାରି ଭିତରେ ଭାରତକୁ ଚେକ୍ ଦେବା ପାଇଁ ଡ୍ରାଗନ ଏବେ ବିଶାଳକାୟ ଡ୍ୟାମ୍ ତିଆରି କରିବ ବୋଲି ଜଣାପଡ଼ିଛି । ଏଲଏସି ପାଖରେ ଥିବା ୟାରଲୁଙ୍ଗ ଜଙ୍ଗବୋ ନଦୀର ତଳିଆ ଅଞ୍ଚଳରେ ସୁପର ଡ୍ୟାମ୍ ତିଆରି କରିବ । ଯଦି ଚାଇନା ଏହି ଡ୍ୟାମ୍ ତିଆର କରିବ ତାହେଲେ ଭାରତର ଉତ୍ତର ପୂର୍ବ ଏବଂ ବାଂଲାଦେଶରେ ପାଣି ପାଇଁ ଅବସ୍ଥା ଶୋଚନୀୟ ହେବାର ସମ୍ଭାବନା ରହିଛି । ଚାଇନାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହି ଡ୍ୟାମ ଅରୁଣାଚଳ ପ୍ରଦେଶ ନିକଟସ୍ଥ ତାଡର ମିଆଡଗ କାଉଣ୍ଟିରେ ପଡିପାରେ । ଚାଇନା ୟାରଲୁଙ୍ଗ ଜାଙ୍ଗବୋ ନଦୀରେ ଅନେକ ଛୋଟ ବନ୍ଧ ନିର୍ମାଣ କରିସାରିଛି । ନୂଆ ଡ୍ୟାମ ବିଦ୍ୟୁତ୍ ଉତ୍ପାଦନ କଲେ ଏହାର କ୍ଷମତା ଚାଇନାର ଥ୍ରୀ ଗର୍ଜ୍ ଡ୍ୟାମଠାରୁ ତିନି ଗୁଣ ଅଧିକ ହୋଇପାରେ । ଯାହାକି ବିଶ୍ୱରେ ସବୁଠାରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ବହନ କରିପାରିବ । ଚାଇନା ଏହି ଡ୍ୟାମ୍ ନିର୍ମାଣ କାମ ଅକ୍ଟୋବର ୧୬ରୁ ଆରମ୍ଭ କରିଛି । ଚାଇନାର ପାୱାର କନଷ୍ଟ୍ରକସନ ଉତ୍ପାଦନର ଚେୟାରମ୍ୟାନ୍ ୟାନ୍ ଝିୟୋଙ୍ଗ ଏହି ସୂଚନା ଦେଇଛନ୍ତି । ଏହି ଯୋଜନା ୨୦୨୫ ବର୍ଷ ପର୍ଯ୍ୟନ୍ତ ଚାଲିବ । ଚାଇନା ଏହି ପ୍ରୋଜେକ୍ଟରେ ସଫଳ ହେଲେ ଜଳ ବିଦ୍ୟୁତ୍ ଉତ୍ପାଦନରେ ଐତିହାସିକ ରେକର୍ଡ କରିବ ବୋଲି ସେ କହିଛନ୍ତି । ଅନ୍ୟପଟେ ବିଶେଷଜ୍ଞମାନେ କହିଛନ୍ତି, ଅନ୍ତର୍ଜାତୀୟ ନଦୀ ବନ୍ଧ ଦୃଷ୍ଟିରୁ ଭାରତ ଉପରେ ଚାଇନାର ସୀମା ରହିଛି । ଚାଇନା ତିବ୍ଦତର ପାଣିକୁ ନିଜର ବୋଲି ଦାବି କରୁଛି । ଏହା ଦକ୍ଷିଣ ଏସିଆକୁ ପ୍ରବାହିତ ହେଉଥିବା ସାତୋଟି ନଦୀର ଜଳକୁ ନିୟନ୍ତ୍ରଣ କରୁଛି । ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର, ଇରାୱଡି, ସଲିୱିନ୍, ୟାଙ୍ଗଟଜି ଏବଂ ମେକୋଙ୍ଗର ପାଣିକୁ ନିୟନ୍ତ୍ରଣ କରୁଛି । ଏହି ନଦୀଗୁଡ଼ିକ ପାକିସ୍ତାନ, ଭାରତ, ବାଂଲାଦେଶ, ଭିଏତନାମକୁ ପ୍ରବାହିତ ହେଉଛି । ସେଥିମଧ୍ୟରୁ ୪୮% ଜଳ ଭାରତ ଦେଇ ଯାଇଥାଏ ।

Leave A Reply

Your email address will not be published.