ଏଏସ୍ଆଇଙ୍କୁ କାନ ଧରି ଉଠ୍ ବସ୍ କରାଇଲେ ଗ୍ରାମବାସୀ

0 67

ପାଟନା, ୧ ।୧୨: ବିହାର ସୁପୌଲକୁ ଏକ ଏମିତି ମାମଲା ସାମ୍ନାକୁ ଆସିଛି ଯାହା ଆଇନ ବ୍ୟବସ୍ଥାର କଳା କାରନାମାକୁ ଉଜାଗର କରିଛି । ଲଜ୍ଜାଜନକ ଏହି ଘଟଣାରେ ଆଇନର ରକ୍ଷକ ଅଏସ କରୁଥିବାବେଳେ ଧରାପଡ଼ିଛନ୍ତି । ଧରାପଡ଼ିବା ପରେ ଲୋକଙ୍କ ଠାରୁ ମାଡ ମଧ୍ୟ ଖାଇଛନ୍ତି । ମାଡ ମାରିବା ସହ ଲୋକେ ତାଙ୍କୁ ଉଠ୍ ବସ୍ ମଧ୍ୟ କରାଇଥିଲେ । ଘଟଣାର ଏକ ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ସୁପୌଲ ଜିଲ୍ଲା ଭୀମପୁର ଅଞ୍ଚଳର ଏକ ଗାଁରେ ଏଏସଆଇ ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଛନ୍ତି । ଧରାପଡ଼ିବା ପରେ ଗ୍ରାମବାସୀ ରଙ୍ଗୀନ ମିଜାଜ ଏଏସଆଇଙ୍କୁ ମାଡ ମାରିବା ସହ କାନ ଧରି ଉଠ୍ ବସ୍ କରାଇଥିଲେ । ଏଏସଆଇ ଘରେ ପଶି ମହିଳାଙ୍କ ସହ ଜୋର୍ ଜବରଦସ୍ତି କରିଥିବା ଅଭିଯୋଗ ହୋଇଛି । ଘଟଣା ସୋମବାର ବିଳମ୍ବିତ ରାତିରେ ଘଟିଥିଲା । ଘଟଣାର ଭିଡିଓ ମଙ୍ଗଳବାର ଦିନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି । ଭିଡିଓ ଭାଇରାଲ୍ ହେବାପରେ ଏସପି ମନୋଜ କୁମାର କହିଛନ୍ତି ଯେ ତକ୍ରାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏଏସଆଇ ସଞ୍ଜୟ ଶୁକ୍ଲାଙ୍କୁ ନିଲମ୍ବନ କରାଯାଇଛି । ମାମଲାର ତଦନ୍ତ ଜାରି ରହିଛି । ଏଏସଆଇ ଦୋଷୀ ସାବ୍ୟସ୍ତ ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇପାରେ । ସୂଚନା ଅନୁଯାୟୀ, ସୋମବାର ରାତିରେ ଭୀମପୁର ୧୦ ନମ୍ବର ୱାର୍ଡରେ ସାମା ଛକରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଚାଲିଥିଲା । ଏଏସଆଇ ସଞ୍ଜୟ ଶୁକ୍ଲା ସେଠାରେ ପହଞ୍ଚିଥିଲେ ଏବଂ କିଛି ସମୟ ପରେ ନିଜ ମୋବାଇଲ ଆଉ ଜଣକୁ ଦେଇ ବାହାରି ଯାଇଥିଲେ । ସେଠାରୁ ସେ ସିଧା ଯାଇ ଜଣେ ମହିଳାଙ୍କ ଘରେ ପଶିଥିଲେ । ଗ୍ରାମବାସୀ ସନ୍ଦେହ କରି ତାଙ୍କ ପଛେ ପଛେ ଯାଇଥିଲେ ଓ ମହିଳାଙ୍କ ଘର ପଛପଟୁ ପଶିଥିଲେ । ଏଏସଆଇଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କିଛି ସମୟରେ ସେଠାରେ ଲୋକ ଭିଡ ଜମିଥିଲା । ଏଏସଆଇଙ୍କ ଏହି କାର୍ଯ୍ୟକଳାପ ପାଇଁ ଗ୍ରାମବାସୀ ଉତକ୍ଷିପ୍ତ ହୋଇଯାଇଥିଲେ । ଉତକ୍ଷିପ୍ତ ଗ୍ରାମବାସୀ ଏଏସଆଇଙ୍କୁ ମାଡ ମାରିଥିଲେ ଓ କାନ ଧରି ଉଠ୍ ବସ୍ କରାଇଥିଲେ । ଏସପି ତ୍ରିବେଣୀଗଂଜ ଏସଡିପିଓଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଛନ୍ତି । ଘଟଣାକୁ ନେଇ ପୋଲିସ ବିଭାଗର ଖୁବ ନିନ୍ଦା ହୋଇଛି ।

Leave A Reply

Your email address will not be published.