ବସ୍ ଭିତରକୁ ପଶିଗଲା ପାଇପ୍

0 64

୨ ମୃତ, ୧୨ରୁ ଅଧିକ ଆହତ

ପାଲି ୨ ।୧୨ : ଏକ ଘରୋଇ ବସ୍ ଭିତରେ ପାଇପ ପଶିଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରାସ୍ତା କଡ଼ରେ ଗ୍ୟାସ୍ ପାଇପଲାଇନ୍ ବିଛାଯିବାର କାମ ଚାଲିଥିଲା । ହାଇଡ୍ରା ମେସିନରୁ ପାଇପ୍ ଉଠାଯାଇ ଖୋଳା ଯାଇଥିବା ଗାତରେ ପକା ଯାଉଥିବାବେଳେ ମେସିନର ବାଲାନ୍ସ ବିଗିଡ଼ି ଯାଇଥିଲା ଯାହା ଫଳରେ ରାସ୍ତାରେ ଯାଉଥିବା ଘରୋଇ ବସ୍ ଭିତରେ ପାଇପ୍ ପଶି ଯାଇଥିଲା । ଗ୍ୟାସର ପାଇପ ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ ବାହାରି ଯାଇଥିଲା । ଏହି ଦୁର୍ଘଟଣାଟି ରାଜସ୍ଥାନର ପାଲି ଜିଲ୍ଲାରେ ଘଟିଛି । ଏହି ଘଟଣା ପାଲି ଜିଲ୍ଲାର ସୁମେରପୁର ସାଣ୍ଡେରାଓ ପାଖରେ ନ୍ୟାସନାଲ୍ ହାଇୱେ ୧୬୨ରେ ଘଟିଛି ଯେଉଁଠାରେ ମାରୱାଡି଼ ଜଙ୍କସନରୁ ପୁଣେ ଯାଉଥିବା ଘରୋଇ ବସ୍ ବାହାରୁଥିଲା । ସେଠାରେ ରାସ୍ତା କଡ଼ରେ ଗ୍ୟାସ୍ କମ୍ପାନୀ,ଗ୍ୟାସର ପାଇପଲାଇନ୍ ବିଛାଇବାର କାମ ଦୀର୍ଘ ଦିନରୁ ହେଉଥିଲା । ହଠାତ୍ ପାଇପର ଗୋଟିଏ ଭାଗ ଭିତରେ ପଶି ବସର ୨ପଟେ ଝରକା ପାଶ୍ୱର୍ ଭାଙ୍ଗି ପଛ ପଟେ ଚାଲି ଯାଇଥିଲା । ଘରୋଇ ବସଟି ପୂରା ସ୍ଲିପର କୋଚ୍ ଥିଲା । ଭିତରେ ଶୋଇଥିବା ଲୋକେ କ’ଣ ହୋଇଥିଲା କିଛି ବୁଝି ପାରିନଥିଲେ । ଏମାନଙ୍କ ଚିକ୍ରାର ଶୁଣି ବସରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ରାସ୍ତାରେ ଯାଉଥିବା ଲୋକେ ନିଜ ଗାଡ଼ି ଅଟକାଇ ବସରୁ ଆହତଙ୍କୁ ବାହାର କରିଥିଲେ । ନୈନା ଦେବୀଙ୍କ ମୁଣ୍ଡ କଟି ଶରୀରରୁ ଅଲଗା ହୋଇଯାଇଥିଲା ଯାହାକୁ ଅନେକ କଷ୍ଟରେ ଖୋଜା ଯାଇଥିଲା । ନୈନା ଦେବୀଙ୍କ ୪ମାସର ଜଣେ ଶିଶୁ ବସ୍ରେ ତାଙ୍କ ସହ ଥିଲା । ମା’ର ମୃତ୍ୟୁ ପରେ ସେ କାନ୍ଦି କାନ୍ଦି ମାଙ୍କୁ ଖୋଜୁଛି । ଗାଡ଼ିରେ ଥିବା ଯାତ୍ରୀ ନିଜ ଜିନିଷ ଖୋଜିବାରେ ଲାଗିଥିଲେ । ଗୁରୁତରଙ୍କୁ ସାଣ୍ଡେରାଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ଶିଶୁ । ଅନ୍ୟ ଜଣେ ମୃତକଙ୍କ ନାଁ ଭଁଓ୍ୱର ଲାଲ ପ୍ରଜାପତ ଯିଏ ଇଟାଲୀର ବାସିନ୍ଦା । ସାଣ୍ଡେରାଓ ଥାନା ଅଧିକାରୀ ପୋଲିସ୍ ଟିମ୍ ସହ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗୁରୁତରଙ୍କୁ ବସ୍ରୁ ବାହାର କରି ସରକାରୀ ହସ୍ପିଟାଲକୁ ପହଞ୍ଚାଇଥିଲେ ।

Leave A Reply

Your email address will not be published.