ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସୁଶୀଲ ମୋଦି

0 67

ପାଟନା, ୨ ।୧୨ : ବିହାର ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ବିଜେପି ନେତା ତଥା ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ଦିବଂଗତ କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି ନେତା ରାମବିଳାଶ ପାଶ୍ୱାନଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି । ନିକଟରେ ନିର୍ବାଚନ କମିଶନ ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ । ସୁଶୀଲ ମୋଦି ଏନଡିଏ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି । ସୁଶୀଲ ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ପାଖରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଉପସ୍ଥିତ ଥିଲେ । ରାଜ୍ୟରେ ଏନଡିଏ ପାଖରେ ଅଧିକ ଆସନ ଥିବାରୁ ସୁଶୀଲ ମୋଦି ରାଜ୍ୟସଭାକୁ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ଡିସେମ୍ୱର ୧୪ରେ ଏହି ଆସନ ପାଇଁ ଉପନିର୍ବାଚନ ହେବ । ତେବେ ଆରଜେଡି, କଂଗ୍ରେସ ପ୍ରାର୍ଥୀ ଦେବ କି ନାହିଁ ଜଣାପଡ଼ିନି । ସେହିପରି ଏଲଜେପି ପାଖରେ ମାତ୍ର ଗୋଟିଏ ବିଧାୟକ ଆସନ ରହିଛି ତେଣୁ ସେ ପ୍ରାର୍ଥୀ ଦେଲେ ମଧ୍ୟ ଜିତିବ ନାହିଁ ।

Leave A Reply

Your email address will not be published.