ଚୀନ୍ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍

0 72

ଗଲୱାନ ଘାଟି ଆକ୍ରମଣ ପାଇଁ ଚୀନ୍ ରଚିଥିଲା ବହୁ ପୂର୍ବରୁ ଯୋଜନା

ୱାଶିଂଟନ, ୨ ।୧୨ :ଜୁନ୍ ୧୫-୧୬ରେ ଗାଲୱାନ ଉପତ୍ୟକାରେ ଚାଇନା ରଚିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଛି । ଆମେରିକାର ଏକ ପ୍ରମୁଖ କମିଟି ଏହି ପର୍ଦ୍ଦାଫାସ୍ କରିଛି । ସେଦିନ ରାତିରେ ଭାରତୀୟ ସେନା ପାଟ୍ରୋଲିଂ କରୁଥିବା ବେଳେ ଚାଇନାର ପିଏଲଏ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଥିଲେ । ପିଏଲଏର ମଧ୍ୟ ୩୦ରୁ ୪୦ ସେନା ନିହତ ହୋଇଥିବା ସୂଚନା ରହିଛି । ଏବେ ଚାଇନା ଏଭଳି କରିବା ପଛର ପ୍ରକୃତ ଉଦ୍ଦେଶ୍ୟକୁ ଆମେରିକାର ଏକ ପ୍ରମୁଖ କମିଟି ପଦାରେ ପକାଇଛି । ୟୁନାଇଟେଡ ଷ୍ଟେଟସ-ଚାଇନା ଇକୋନମିକ ଏବଂ ସିକ୍ୟୁରିଟି ରିଭ୍ୟୁ କମିଶନ କହିଛି ଯେ, ଗଲୱାନରେ ଚାଇନା କୌଣସି ପଦକ୍ଷେପ ନେବା ପାଇଁ ଯୋଜନା କରିଥିଲା । ହେଲେ ନିଜ ଯୋଜନାରେ ଚାଇନା ଫଶିଯାଇଛି । କାରଣ ସଂଘର୍ଷର ଦୁଇ ସପ୍ତାହ ପୂର୍ବରୁ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଅସ୍ଥିତ୍ୱ ରଖିବା ପାଇଁ ହେଲେ ଲଢ଼େଇ କରିବା ଜରୁରୀ । ଆବଶ୍ୟକ ପଡ଼ିଲେ ବଳ ପ୍ରୟୋଗ କରାଯିବ ବୋଲି ସେ କହିଥିଲେ । ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଗ୍ଲୋବାଲ ଟାଇମ୍ସରେ ଦୁଇ ସପ୍ତାହ ପୂର୍ବରୁ ପ୍ରକାଶ ପାଇଥିଲା । ଗ୍ଲୋବାଲ୍ ଟାଇମ୍ସ ହେଉଛି ଚାଇନାର ସରକାରୀ ଖବରକାଗଜ । ଯେଉଁଥିରୁ ଚାଇନାର ଉଦ୍ଦେଶ୍ୟକୁ ୟୁନାଇଟେଡ ଷ୍ଟେଟସ-ଚାଇନା ଇକୋନମିକ ଏବଂ ସିକ୍ୟୁରିଟି ରିଭ୍ୟୁ କମିଶନ ଠଉରେଇଛି । ସେଥିରେ ଆହୁରି ଲେଖାଥିଲା ଯେ ଯଦି ଆମେରିକା-ଚାଇନା ବ୍ୟବସାୟିକ ସମ୍ପର୍କ ମଧ୍ୟରେ ଭାରତ ଆସେ, ତାହେଲେ ଭାରତକୁ ହିଁ ଅଧିକ କ୍ଷତି ସହିବାକୁ ପଡ଼ିବ । ସାଟେଲାଇଟ୍ ଚିତ୍ରରୁ ଆହୁରି ମଧ୍ୟ ସ୍ପଷ୍ଟ ହୋଇଛି ଯେ ଗଲୱାନାରେ ସଂଘର୍ଷ ପୂର୍ବରୁ ପିଏଲଏ କିଭଳି ୧୦୦୦ରୁ ଅଧିକ ସୈନିକଙ୍କୁ ଅସ୍ଥାୟୀ ଭାବରେ ନିୟୋଜିତ କରିଥିଲା । ଚାଇନା ଏବଂ ଭାରତ ମଧ୍ୟରେ ବିବାଦ ଜାରି ରହିଛି । ସି ଜିନପିଙ୍ଗ ୨୦୧୨ରେ କ୍ଷମତାକୁ ଆସିବା ପରେ ଏପର୍ଯ୍ୟନ୍ତ ସୀମାରେ ପାଞ୍ଚଟି ବଡ଼ ସଂଘର୍ଷ ଘଟିଛି ବୋଲି ଉଲ୍ଲେଖ ରହିଛି ।

Leave A Reply

Your email address will not be published.