ପୂର୍ବତନ ବିଚାରପତି ଜଷ୍ଟିସ କର୍ଣ୍ଣନ ଗିରଫ

0 79

ଚେନ୍ନାଇ, ୨ ।୧୨ : ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସିଏସ କର୍ଣ୍ଣନ ଗିରଫ ହୋଇଛନ୍ତି । ସେ ଗୋଟିଏ ଭିଡିଓ ଜାରି କରି ଦେଶର ବିଚାରପତି ଓ କୋର୍ଟର ଷ୍ଟାଫମାନଙ୍କୁ ଅସଭ୍ୟ ଭାଷାରେ ସମାଲୋଚନା କରିଥିଲେ । ଏହି କାରଣରୁ ଆଜି ତାଙ୍କୁ ଚେନ୍ନାଇରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଜଷ୍ଟିସ କର୍ଣ୍ଣନ ମାଡ୍ରାସ ଓ କୋଲକାତା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ଅବସର ପରେ ସେ ଭିଡିଓ ଜାରି କରି ବିଚାରପତି ଓ କୋର୍ଟ ଷ୍ଟାଫଙ୍କୁ ଗାଳିଗୁଲଜ କରିଥିଲେ । ଏହାକୁ ବିରୋଧ କରି ପୁଡୁଚେରୀ ବାର ଆସୋସିଏସନ ତାଙ୍କ ନାଁରେ ଅଭିଯୋଗ କରିଥିଲା । ଫଳରେ ତାଙ୍କ ନାଁରେ ୪ଟି ଦଫାରେ କେସ୍ ରୁଜୁ ହୋଥିଲା । ତଥାପି ସେ ଜଣେ ପୂର୍ବତନ ବିଚାରପତି ହୋଇଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏହା ବିରୋଧରେ ମାଡ୍ରାସ ହାଇକୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ତାଙ୍କୁ ଚେନ୍ନାଇ ସ୍ଥିତ ତାଙ୍କ ଅଭାଡି ବାସଭବନରୁ ଗିରଫ କରାଯାଇଛି ।

Leave A Reply

Your email address will not be published.