ଶୌଭିକ ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ୍

0 69

ମୁମ୍ୱାଇ, ୨ ।୧୨ : ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ୍ । ବୁଧବାର ମୁମ୍ୱାଇର ଏନଡିପିଏସ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ପାଖାପାଖି ତିନି ମାସ ଜେଲରେ ରହିବା ପରେ ସେ ଜାମିନ୍ ପାଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କେସ୍ ସାମ୍ନାକୁ ଆସିଥିଲା । ଏନିସିବି ତଦନ୍ତ କରି ଉଭୟ ରିଆ ଏବଂ ଶୌଭିକଙ୍କୁ ଗିରଫ କରିଥିଲା । ରିଆ ଚକ୍ରବର୍ତ୍ତୀ ଜେଲରେ ମାସେ ରହିବା ପରେ ଅକ୍ଟୋବର ୭ ତାରିଖରେ ଜାମିନରେ ବାହାରିଥିଲେ ଏବେ ଶୌଭିକ୍ ତିନି ମାସ ପରେ ଜାମିନ ପାଇଛନ୍ତି । ଏନିସିବି ମାମଲାର ତଦନ୍ତ କରିବା ବେଳେ ଆର୍ଥିକ କାରବାର ସାମ୍ନାକୁ ଆସିଥିଲା । ପରେ ଇଡି ମଧ୍ୟ ତଦନ୍ତ କରିଥିଲା । ସୋଶାଲ ମିଡିଆ ଚାଟିଂ ବେଳେ ଟଙ୍କା ନେଣଦେଣର ମାମଲା ସାମ୍ନାକୁ ଆସିବାରୁ ଶୌଭିକ୍ ଗିରଫ ହୋଇଥିଲେ । ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତ ଝୁଲନ୍ତା ଅବସ୍ଥାରେ ତାଙ୍କ ମୁମ୍ୱାଇସ୍ଥିତ ବାସଭବନରୁ ଉଦ୍ଧାର ହୋଇଥିଲେ ।

Leave A Reply

Your email address will not be published.