୩ ଦଶନ୍ଧି ପରେ ଭାରତ ଠାରୁ ଚାଉଳ କିଣିଲା ଚାଇନା

0 69

ମୁମ୍ବାଇ, ୨ ।୧୨ : ଦୀର୍ଘ ୩ ଦଶନ୍ଧି ପରେ ଭାରତ ଠାରୁ ଚାଉଳ ଆମଦାନୀ କରିଛି ଚାଇନା । ଭାରତ ସହ ଲଦାଖରେ ସୀମା ବିବାଦ ଚାଲିଥିବା ବେଳେ ଚାଇନାର ଏଭଳି ଚାଉଳ ଆମଦାନୀ ଦୁଇ ଦେଶ ମଧ୍ୟର ଉତ୍ତମ ସମ୍ପର୍କ ସ୍ଥାପନର ସଙ୍କେତ ଦେଇଛି । ଭାରତ ବିଶ୍ୱରୁ ସବୁଠାରୁ ବଡ଼ ଚାଉଳ ରପ୍ତାନକାରୀ ଦେଶ ହୋଇଥିବା ବେଳେ ଚାଇନା ବିଶ୍ୱର ସବୁଠାରୁ ବଡ଼ ଚାଉଳ ଆମଦାନୀକାରୀ ଦେଶ । ବେଜିଂ ବର୍ଷକୁ ପ୍ରାୟ ୪ ମିଲିୟନ ଟନ ଚାଉଳ ଆମଦାନୀ କରିଥାଏ । ହେଲେ ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇ ଚାଇନା ଭାରତରୁ ଚାଉଳର ଆମଦାନୀକୁ କମ କରି ଦେଇଥିଲା । ହେଲେ ଏବେ ପୁଣିଥରେ ଚାଇନା ପଡ଼ୋଶୀ ଭାରତ ଠାରୁ ଚାଉଳ କିଣିବା ଆରମ୍ଭ କରିଛି । ଚାଉଳ ରପ୍ତାନକାରୀ ଆସୋସିଏସନର ସଭାପତି ବିଭି କ୍ରିଷ୍ଣା ରାଓ କହିଛନ୍ତି, ପ୍ରଥମଥର ପାଇଁ ଚାଇନା ଆମ ଠାରୁ ଚାଉଳ କିଣିଛି । ଭାରତୀୟ ଚାଉଳର ଗୁଣବତ୍ତାର ଟେଷ୍ଟ କରିବା ପରେ ସେମାନେ ଆସନ୍ତାବର୍ଷ ଠାରୁ ଏହାର ପରିମାଣ ମଧ୍ୟ ବୃଦ୍ଧି କରିବାର ସମ୍ଭାବନା ରହିଛି । ଡିସେମ୍ବରରୁ ଫେବୃଆର ମଧ୍ୟରେ ଭାରତୀୟ ବ୍ୟବସାୟୀମାନେ ଚାଇନାକୁ ୧,୦୦,୦୦୦ ଟନ୍ ଚାଉଳ ରପ୍ତାନୀ କରିବେ । ଗୋଟିଏ ଟନ୍ର ମୂଲ୍ୟ ପ୍ରାୟ ୩ ୦୦ ଡଲାର ରହିଛି । ଭାରତ ବ୍ୟତୀତ ଚାଇନା ଥାଇଲ୍ୟାଣ୍ଡ, ମିଆଁମାର, ଭିଏତନାମ ଓ ପାକିସ୍ତାନରୁ ମଧ୍ୟ ଚାଉଳ ଆମଦାନୀ କରିଥାଏ । ହେଲେ ଏହି ଦେଶଗୁଡ଼ିକ ସେମାନଙ୍କ ରପ୍ତାନୀ ଉପରେ କିଛିଟା ରୋକ ଲଗାଇଥିବାରୁ ଚାଇନା ଭାରତ ପାଖରୁ ଚାଉଳ କିଣିଥିବା କୁହାଯାଉଛି ।

Leave A Reply

Your email address will not be published.