ଘର ଘର ବୁଲି ପାଠ ପଢ଼ାଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ରାଉତ ଏବଂ ଶିକ୍ଷକ ରଞ୍ଜୁଆ ନାୟକ

0 75

ବୈପାରିଗୁଡା – କରୋନା ଯୋଗୁ ହୋଇଥିବା ଲକ୍‌ଡାଉନ୍‌ରେ ସରକାର ଅନଲାଇନ୍‌ରେ ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାଙ୍କ ପାଖରେ ଆଣ୍ଡ୍ରଏଡ୍ ଫୋନ୍ ନଥିବାରୁ ସେମାନେ ଶିକ୍ଷା ପ୍ରାପ୍ତରୁ ବଞ୍ଚିତ ହେଉଛନ୍ତି ।ହେଲେ ସରକାରୀ ସ୍କୁଲ ଓ ଗ୍ରାମାଞ୍ଚଳରେ ରହୁଥିବା ପିଲାମାନଙ୍କ ପାଇଁ ଏହା ଏବେ ବି ଏକ ଶବ୍ଦ ମାତ୍ର ।ବିଶେଷ କରି କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ର ବିଭିନ୍ନ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କ ପାଇଁ ଏହା ଏକ ସ୍ୱପ୍ନ ।ଏଭଳି ପରିସ୍ଥିତି ସତ୍ତ୍ୱେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତର ବୋରେଇଗୁଡା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ରାଉତ ଏବଂ ଶିକ୍ଷକ ରଞ୍ଜୁଆ ନାୟକ ଥିବା ନିଜ ସ୍କୁଲର ପିଲାମାନଙ୍କୁ ପଢ଼ାଇବାର କୌଣସି ସୁଯୋଗ ହାତଛଡ଼ା କରି ନାହାନ୍ତି ।ମିଳିଥିବା ସୂଚନା ଅନୁସାରେ, ଏହି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ରାଉତ ଏବଂ ଶିକ୍ଷକ ରଞ୍ଜୁଆ ନାୟକ ଦୁହେଁ ମିଶି ପିଲାମାନଙ୍କୁ ପଢ଼ାଇବା ପାଇଁ ମାଇଲ ମାଇଲ ରାସ୍ତା ଅତିକ୍ରମ କରିଛନ୍ତି ।ବିଦ୍ୟାଳୟ ର ମହିଳା ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଶିକ୍ଷକ ପିଲାମାନଙ୍କ ଘରକୁ ଘର ଯାଇ ପଢ଼ାଉଥିବାର ଦେଖିବାକୁ ମିଳିଛି ।ସେମାନେ ୫ଜଣ ରୁ ୮ଜଣ ସ୍କୁଲ ପିଲାଙ୍କୁ ଅନ୍ୟ ଅନ୍ୟ ସ୍ଥାନରେ ଏକାଠି କରି ପାଠ ପଢ଼ାଉଥିବାର ଦେଖିବାକୁ ମିଳିଛି ।ଉକ୍ତ ବିଦ୍ୟାଳୟ ରେ ପାଖାପାଖି ୮୦ଜଣ ଛାତ୍ର ଛାତ୍ରୀ ଅଧ୍ୟାୟନ କରୁଥିବାର ଜଣାପଡିଛି ।ଏଠାରେ ପ୍ରଥମ ରୁ ୫ମ ଶ୍ରେଣୀ ଯାଏଁ ଥିବା ବେଳେ ଏଥିପାଇଁ ମୋଟ ୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ପାଖାପାଖି ୩ଟି ଗାଁ କଦମଗୁଡା, ବୋରେଇଗୁଡା, କଉଡ଼ିମୁନା ଗ୍ରାମର ଲୋକ ପାଠ ପଢ଼ା ପାଇଁ ଏହି ସ୍କୁଲ ଉପରେ ନିର୍ଭର କରିଥାନ୍ତି ।ଏ ବାବଦରେ ସ୍କୁଲର ପ୍ରାଧନ ଶିକ୍ଷୟିତ୍ରୀ ପୁଷ୍ପଲତା ରାଉତ ଙ୍କୁ ପଚାରିବାରୁ ପିଲା ଯେପରି ପାଠ ଭୁଲି ନଯିବେ ସେଥିପାଇଁ ଆମେ ଘରକୁ ଘର ବୁଲି ପରିଦର୍ଶନ ଆରମ୍ଭ କରିଛୁ ।ସାମାଜିକ ଦୂରତାକୁ ବଜାୟ ରଖି ଓ ମାସ୍କ ପିନ୍ଧି ଶିକ୍ଷକମାନେ ପିଲାମାନଙ୍କ ଘର ବାରଣ୍ଡାରେ କ୍ଲାସ୍ କରିଥାନ୍ତି ।ଯଦିଓ ସରକାର କରୋନା କଟକଣା ଯୋଗୁଁ ଭର୍ଚ୍ଚୁୁଆଲ୍ କ୍ଲାସ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତଥାପି ଏହି ସ୍କୁଲର ଶିକ୍ଷକମାନେ ପିଲାଙ୍କ ଘରକୁ ଯାଇ ପାଠ ପଢ଼ାଉଛନ୍ତି ।କାରଣ ଏଠାକାର ଅଧିକାଂଶ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ନାହିଁ ।ଏଭଳି ପରିସ୍ଥିତିରେ ଆମ ପିଲାମାନେ ପାଠପଢ଼ାରୁ ବଞ୍ଚିତ ନ ହୁଅନ୍ତୁ ବୋଲି ଆମେ ଚାହିଁଥିଲୁ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ରାଉତ ପ୍ରକାଶ କରିଛନ୍ତି ।ତେବେ ଏ ବର୍ଷ କରୋନା ମହାମାରୀ ଯୋଗୁଁ ପିଲାମାନଙ୍କୁ ଆମେ ଆଉ ଗୋଟିଏ ଜାଗାରେ ଏକାଠି କରି ପାରିଲୁ ନାହିଁ ।ତେଣୁ ପିଲାମାନଙ୍କ ଘରକୁ ଘର ଯାଇ ସେଠାରେ ସେମାନଙ୍କ ପିତାମାନଙ୍କ ଅନୁମତି କ୍ରମେ ପାଠ ପଢ଼ାଇବାର ନିଷ୍ପତ୍ତି ନେଲୁ ।ପିଲାମାନଙ୍କ ଘରକୁ ଯାଇ ପାଠ ପଢ଼ାଇବାରୁ ଉଭୟ ପିଲା ଓ ଅଭିଭାବକମାନେ ଉତ୍ସାହିତ ହେଲେ ।ଏହା ଛାତ୍ର ଓ ଶିକ୍ଷକଙ୍କ ଭିତରର ସମ୍ପର୍କକୁ ଆଗକୁ ଯାଇ ମଜଭୁତ କରିବ ।ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କ ଏଭଳି କାର୍ଯ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Leave A Reply

Your email address will not be published.