ଦାଦନ ଶ୍ରମିକଙ୍କ ବସ ଭିତରେ ମୃତ୍ୟୁ

0 73

ଧର୍ମଗଡ, ୯ା୧୨-କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ରେ ଦାଦନ ଦୁଖଃ କମିବାକୁ ନାଁ ନେଉ ନାହିଁ । ପ୍ରତି ମାସରେ କେଉଁଠି ଦାଦନ ଶମ୍ରିକ ବନ୍ଧା ପଡିଛନ୍ତି ତ ପୁଣି ଆଉ କେଉଁଠି ଦାଦନଙ୍କ ଶବ ଘରକୁ ଫେରୁଛି । ସରକାର ଦାଦନ ରୋକିବାକୁ ଅନେକ ଯୋଜନା ଗଠନ କରାଯାଉଛି ବୋଲି ଡିମଡିମ ପିଟୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ସରକାରଙ୍କ ଏହି ଯୋଜନା ସଂପୂର୍ଣ୍ଣ ଫେଲ ମାରିଛି ।ଆଜି ଧର୍ମଗଡ ବ୍ଲକ ଥନଟ ଗାଁ ଥାନା ହାଇଦ୍ରାବାଦ ରୁ ନିଜ ଗାଁ କୁ ଫେରୁଥô୍ବା ସମୟରେ ବସ ଭିତରେଏ ବସ ଜଣେ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ହୋଇଛି । ଧର୍ମଗଡ ଥାନା ଥନଟ ଗ୍ରାମର ରାଧେଶ୍ୟାମ ଦୁର୍ଗ ଙ୍କ ପୁଅ ବବଲୁ ଦୁର୍ଗା (୨୨) ସେ ହାଇଦ୍ରାବାଦ କୁ ଦାଦନ ଖଟିବାକୁ ଯାଇଥô୍ଲେ । ହେଲେ ଗତକାଲି ସେ ହାଇଦ୍ରାବାଦରୁ ଗ୍ରାମକୁ ଆସୁଥô୍ବା ସମୟ ର ବସ ଭିତରେ ହିଁ ତାଙ୍କ ମୃତ୍ୟୁ ହୋଇଥô୍ବା ଜଣା ପଡିଛି ।ସେ ଆଗରୁ ଅସୁସ୍ଥ ଥô୍ଲେ ବୋଲି ତାଙ୍କ ପରିବାର ତରଫରୁ ଜଣାପଡିଛି । ସେଠାରେ ପୁଅ ର ଦେହ ଖରାପ ହେବା ଯୋଗୁଁ କିଛିଦିନ ପୁର୍ବରୁ ଗାଁ କୁ ଫେରିଆସିଥିଲା ଅପର ପକ୍ଷରେ ସ୍ଥାନିୟ ଅଞ୍ଚଳର କେତେକ ଦଲାଲ ଧର୍ମଗଡ ବ୍ଲକରୁ ପ୍ରତି ମାସରୁ ବାହାର ରାଜ୍ୟକୁ ଶ୍ରମିକ ଚଲାଣ କରୁଥିବା ବେଳେ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ନଦେବାରୁ ଶ୍ରମିକ ଚଲାଣ ବଢିବାରେ ଲାଗିଛି । ନିଜ ଅଞ୍ଚଳରେ କାମଧନ୍ଦା ପାଉ ନଥିବାରୁ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ କେତେକ କାମ କରୁଥିବା ଶ୍ରମିକ ଚଲାଣ କରୁଥିବା ଦଲାଲ ମାନେ ଶ୍ରମିକ ଚଲାଣ କରି ସେଠାକାର ଠିକାଦାରଙ୍କଠାରୁ ମୋଟା ଅଙ୍କର ପଇସା ରୋଜଗାର କରୁଥିଲେ ମଧ୍ୟ ଉକ୍ତ ଶ୍ରମିକ ମାନଙ୍କ ଦେଖାସୁଣା କରୁନଥିବାରୁ ଏପରି ସମସ୍ୟା ମାନ ଦିନକୁ ଦିନ ବଢିଚାଲିଛି । ଏଦିଗରେ ରାଜ୍ୟସରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦାଦନ ଶ୍ରମିକ ଚଲାଣ ନରୋକିଲେ ଆଗାମୀ ଦିନରେ ଦାଦନ ମୃତ୍ୟୁ ବଢିବ ଏଥିରେ ତିଳେମାତ୍ର ସଂନ୍ଦେହ ନାହିଁ । ଧର୍ମଗଡ ପୁଲିସ ମୃତ ବବଲୁ ଙ୍କ ଶବ କୁ ଧର୍ମଗଡ ଡାକ୍ତରଖାନା କୁ ପଠାଇ ତଦନ୍ତ ଜାରି ରଖô୍ଛି ।

Leave A Reply

Your email address will not be published.