ମଙ୍ଗଳ ଗ୍ରହରେ ରହିଛି ଏଲିଏନ୍ସଙ୍କ ଆଡା!

0 75

ୱାଶିଂଟନ, ୯ ।୧୨: ଆଜିର ଦିନରେ ବି ଏଲିଏନ୍ସ ରହିଛନ୍ତି । ମଙ୍ଗଳ ଗ୍ରହରେ ଏଲଏନ୍ସ ରହିଥିବା କଥା ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ମଧ୍ୟ ଜାଣିଛନ୍ତି । ସବୁ ଜାଣି ସମସ୍ତେ ଚୁପ ରହିଛନ୍ତି ବୋଲି ଇସ୍ରାଏଲର ପୂର୍ବତନ ମହାକାଶ କାର୍ଯ୍ୟକ୍ରମର ମୁଖ୍ୟ ହାମି ଇଶେଦ । ସେ କହିଛନ୍ତି, ଏଲିଏନ୍ସ ସତରେ ଜୀବତ ରହିଛନ୍ତି । ସେମାନେ ପୃଥିବୀକୁ ଗୁପ୍ତ ଭାବେ ଆସିବା ସହ ମଙ୍ଗଳ ଗ୍ରହରେ ନିଜର ଆ‡ା ତିଆରି କରିଛନ୍ତି । ଇସ୍ରାଏଲ ଓ ଆମେରିକା ସହ ମଧ୍ୟ ଏମାନଙ୍କର ସମ୍ପର୍କ ରହିଛି । ଖାଲି ସେତିକି ନୁହେଁ, ଡୋନାଲ୍ଡ ଟ୍ରମ୍ପ ଏହି କଥା ଭଲ ଭାବେ ଜାଣିଛନ୍ତି । ମଣିଷ ଜାତି ଏବେ ଏପରି ଏକ ସ୍ଥିତିରେ ପହଞ୍ଚି ଯାଇଛି ଯେ, ତା’କୁ ଯଦି ଏଲିଏନ୍ସଙ୍କ ଉପସ୍ଥିତି କଥା କୁହାଯିବ, ତା’ହେଲେ ଏହାକୁ କେହି ବି ବିଶ୍ୱାସକୁ ନେବନି । ତେଣୁ ଏଲିଏନ୍ସର ସତକୁ ଏଯାଏଁ ଲୁଚାଇ ରଖାଯାଇଥିବା ସେ କହିଛନ୍ତି । ୩୦ ବର୍ଷ ଧରି ଇସ୍ରାଏଲର ମହାକାଶ କାର୍ଯ୍ୟକ୍ରମକୁ ତଦାରଖ କରୁଥିବା ହାମି ଇଶେଦ ସ୍ଥାନୀୟ ଏକ ଖବରକାଗଜକୁ ସାକ୍ଷାତକାର ଦେଇ ଏକଥା କହିଛନ୍ତି । ସେ କହିଛନ୍ତି, ଏଲିଏନ୍ସଙ୍କର ଗୋଟିଏ ଗାଲାଟିକ ଫେଡରେସନ ତିଆରି କରାଯାଇଛି । ଏହା ଆମେରିକା ସହ ଗୁପ୍ତ ବୁଝାମଣା କରି ମଙ୍ଗଳ ଗ୍ରହର ମାଟି ଭିତରେ ନିଜର ଆ‡ା ଚଳାଉଛି । ଟ୍ରମ୍ପ ଏହି ଏଲିଏନ୍ସଙ୍କ ସମ୍ପର୍କରେ ଖୁଲାସା କରିବାକୁ ଯାଉଥିଲେ । କିନ୍ତୁ ତାଙ୍କ ଉପରେ ଏଲିଏନ୍ସମାନେ ଚାପ ପ୍ରୟୋଗ କରି ସବୁ ଲୁଚାଇ ରଖିବାକୁ କହିଥିଲେ । ପୃଥିବୀକୁ ଆସୁଥିବା ଏଲିଏନ୍ସ ଓ ଆମେରିକା ସରକାରଙ୍କ ମଧ୍ୟରେ ଗୋଟିଏ ବୁଝାମଣା ହୋଇଛି । ଟ୍ରମ୍ପ କ୍ଷମତାରେ ଥିବା ବେଳେ ଏଲିଏନ୍ସଙ୍କ ସହ ଆମେରିକା ସରକାର ସମ୍ପର୍କ ମଧ୍ୟ ବୃଦ୍ଧି କରିଥିଲେ । ଏହି ଏଲିଏନ୍ସମାନେ ଆମେରିକାର ଏଜେଣ୍ଟମାନଙ୍କ ସହ ମିଶି ବ୍ରହ୍ମାଣ୍ଡ ବିଷୟରେ ସବୁ କିଛି ଜାଣିବାକୁ ଚାହୁଁଛନ୍ତି । ଏଲିଏନ୍ସଙ୍କ ଉପସ୍ଥିତି ସମ୍ପର୍କରେ ଯଦି ହଠାତ୍ ଘୋଷଣା କରାଯାଉଛି, ତା’ହେଲେ ଲୋକମାନେ ବିଚଳିତ ହେବାର ସମ୍ଭାବନା ରହିଛି । ତେଣୁ ଫେଡରେସନ ଲୋକଙ୍କୁ ବିଚଳିତ କରିବାକୁ ଚାହୁଁନାହିଁ । ଏଲିଏନ୍ସଙ୍କ ମତରେ ପ୍ରଥମେ ସେମାନେ ମାନସିକ ସ୍ତରରେ ସୁସ୍ଥ ଓ ବୁଦ୍ଧିଆ ହେବା ପରେ ଆମେରିକା ସରକାର ସେମାନଙ୍କ ଉପସ୍ଥିତି ସମ୍ପର୍କରେ ଘୋଷଣା କରନ୍ତୁ । ମଙ୍ଗଳ ଗ୍ରହରୁ ଏଲିଏନ୍ସମାନେ ପୃଥିବୀକୁ ଆସୁଛନ୍ତି । ଆମେରିକା ଏଥିପାଇଁ ସବୁ ପ୍ରକାରର ସହାୟତା କରୁଛି ଓ ସବୁ ତଥ୍ୟକୁ ଗୁପ୍ତ ରଖିବା ପାଇଁ ସେମାନଙ୍କ ସହ ଚୁକ୍ତି ମଧ୍ୟ କରିଛି । ମଙ୍ଗଳ ଗ୍ରହରେ ଥିବା ଆ‡ାରେ ଏଲିଏନ୍ସ ପ୍ରତିନିଧିଙ୍କ ସହ ଆମେରିକାର ମହାକାଶଚାରୀମାନେ ମଧ୍ୟ ରହିଛନ୍ତି । ପୂର୍ବରୁ ମଧ୍ୟ ସେ ଅନେକ ଥର ଏକଥା କହିଛନ୍ତି । ହେଲେ ଆଜି ଯାଏଁ ତାଙ୍କ କଥାକୁ କେହି ବିଶ୍ୱାସ କରୁନାହାନ୍ତି । ସମସ୍ତେ ତାଙ୍କୁ ପାଗଳ ବୋଲି କହୁଛନ୍ତି । ୫ ବର୍ଷ ପୂର୍ବରୁ ଯଦି ସେ ଏହାର ଖୁଲାସା କରିଥାଆନ୍ତେ, ତା’ହେଲେ ତାଙ୍କୁ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିଦିଆଯାଇଥାଆନ୍ତା ବୋଲି ହାମି କହିଛନ୍ତି ।

Leave A Reply

Your email address will not be published.