ବିରୋଧି ଦଳଗୁଡିକ ଏକାଠି ହେବାକୁ ସଞ୍ଜୟଙ୍କ ଆହ୍ୱାନ

0 70

ମୁମ୍ବାଇ ୧୧ ।୧୨: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାର ୟୁପିଏ ସଭାପତି ହେବା ନେଇ ଲାଗିରହିଥିବା କଳ୍ପନାଜଳ୍ପନା ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାୱତ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି । ସଞ୍ଜୟ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କଂଗ୍ରେସ ଦୁର୍ବଳ ସ୍ଥିତିରେ ରହିଛି । ଏଭଳି ପରିସ୍ଥିତିରେ ବିରୋଧି ଦଳଗୁଡିକ ଏକାଠି ହେବା ଉଚିତ୍ । ଯଦି ଶରଦ ପାୱାର ୟୁପିଏର ସଭାପତି ହୁଅନ୍ତି ତେବେ ଶିବସେନା ଖୁସିବ୍ୟକ୍ତ କରିବ ବୋଲି ସେ କହିଛନ୍ତି । ୟୁପିଏର ସଭାପତି ହେବା ପାଇଁ ପୱାରଙ୍କ ପାଖରେ ସମସ୍ତ ଗୁଣ ରହିଛି । ରାଜନୀତିରେ ତାଙ୍କର ଅନେକ ଅଭିଜ୍ଞତା ରହିଛି । ଦେଶର ସମସ୍ୟା ବିଷୟରେ ସେ ଜାଣିଛନ୍ତି ଏବଂ ସେ ୟୁପିଏ ସଭାପତି ହେଲେ ଲୋକମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିବେ । ମାତ୍ର ଆମେ ଶୁଣିବାକୁ ପାଉଛୁ ଯେ, ଶରଦ ପାୱାର ନିଜେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସ ଏବେ ଦୁର୍ବଳ ଅବସ୍ଥାରେ ରହିିଛି । ଏଭଳି ପରିସ୍ଥିତିରେ ବିରୋଧି ଦଳଗୁଡିକୁ ଏକାଠି ହୋଇ କାର୍ଯ୍ୟ କରିବା ଆବଶ୍ୟକ ।

Leave A Reply

Your email address will not be published.