ବୁଦା ଭିତରକୁ ପଶିଗଲା ରାଜ୍ୟପାଳଙ୍କ କାର୍

0 65

ମନାଲୀ, ୧୪ ।୧୨ : ଗୋଟିଏ ଭୟଙ୍କର ସଡ଼କ ଦୁର୍ଘଟଣାରୁ ଅଳ୍ପକେ ଭର୍ତ୍ତି ଯାଇଛନ୍ତି ହିମାଚଳ ପ୍ରଦେଶର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ । ସେ ଜାତୀୟ ରାଜପଥରେ କାର୍ ଯୋଗେ ଯାଉଥିବା ବେଳେ ହଠାତ୍ ଏହାର ଡ୍ରାଇଭର ଗାଡ଼ି ଉପରୁ ଭାରସାମ୍ୟ ହରାଇ ବସିଥିଲେ । ଫଳରେ ତାଙ୍କ କାରଟି ରାସ୍ତା କଡ଼ର ଥିବା ଗୋଟିଏ ବୁଦା ଭତରକୁ ପଶି ଯାଇଥିଲା । ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ କାର୍ଟି ଓଲଟି ନଥିଲା କିମ୍ବା ରାଜ୍ୟପାଳ ବନ୍ଦାରୁ ଆହତ ମଧ୍ୟ ହୋଇନଥିଲେ । ତେଲେଙ୍ଗାନାର ୟାଦାଦ୍ରି ଭୋଙ୍ଗାରି ଜିଲ୍ଲାରେ ଏହି ଅଘଟଣ ଘଟିଛି । ସମୟ ପ୍ରାୟ ଦିନ ୧୧.୧୫ । ରାଜ୍ୟପାଳ ଓ ତାଙ୍କର ଦୁଇ ସହଯୋଗୀ କାର୍ରେ ହାଇଦ୍ରାବାଦରୁ ନାଲଗୋଣ୍ଡାରେ ଆୟୋଜିତ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ । ତେବେ ରାଜ୍ୟପାଳଙ୍କ କାର୍ଟି କୈଥାପୁରମ ଗାଁ ପାର କରୁଥିବା ବେଳେ ଘଟିଥିଲା ଅଘଟଣ ।

Leave A Reply

Your email address will not be published.