ସେରମ ଇନଷ୍ଟିଚ୍ୟୁଟର କୋଭିସିଲଡ଼କୁ ମିଳିପାରେ ଜରୁରୀ ଅନୁମୋଦନ

0 63

ନୂଆଦିଲ୍ଲୀ, ୧୫ ।୧୨ : କରୋନା ସଂକ୍ରମଣ ମଧ୍ୟରେ ଭାରତ ପାଇଁ ସୁଖବର । ଚଳିତ ମାସରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଏସଆଇ)ର କୋଭିସିଲ୍ଡ଼କୁ ଜରୁରୀ ଅନୁମୋଦନ ମିଳିବାର ସମ୍ଭାବନା ରହିଥିବାରୁ ଜାନୁଆରୀରୁ ଦେଶରେ ଟୀକାକରଣ କରାଯାଇପାରେ । ଏହି ଟିକା ଅକ୍ସଫୋର୍ଡ ୟୁନିଭରସିଟି ଏବଂ ବ୍ରିଟିଶ ଫାର୍ମ ଆଷ୍ଟ୍ରା ଜେନେଙ୍କା ଦ୍ୱାରା ମିଳିତ ଭାବରେ ବିକଶିତ ହୋଇଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏସଏସଆଇ ଆସନ୍ତା ୧୦ ଦିନ ମଧ୍ୟରେ କେନ୍ଦ୍ରୀୟ ନିୟନ୍ତ୍ରକ ସଂସ୍ଥାକୁ ନିଜର ଟୀକା ସଂକ୍ରାନ୍ତରେ ଅନ୍ତିମ ପର୍ଯ୍ୟାୟ ତଥ୍ୟ ହସ୍ତାନ୍ତର କରିବ । ଗତ ସପ୍ତାହରେ ଡ୍ରଗ୍ ରେଗୁଲେଟର ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ର ବିଷୟ ବିଶେଷଜ୍ଞ କମିଟି ବୈଠକ କରିଥିଲା । ଏଥିରେ କୋଭିଶିଲ୍ଡର ତଥ୍ୟ ତଥା ଭରତ ବାୟୋଟେକର କୋଭାକ୍ସିନ ଏବଂ ଫାଇଜର ଟିକା ବିଷୟରେ ଆଲୋଚନା କରାଯାଇଥିଲା । ଏହି ତିନୋଟି ଟିକା ପାଇଁ ଜରୁରୀକାଳୀନ ଅନୁମୋଦନ ନିଆଯାଇଛି । କମିଟି ସମସ୍ତ ତିନୋଟି ଟିକା ପ୍ରସ୍ତୁତକାରୀ ସଂସ୍ଥାଗୁଡ଼ିକଠାରୁ ଜରୁରୀକାଳୀନ ଅନୁମୋଦନ ପାଇଁ ଆବେଦନ ଉପରେ କିଛି ଉତ୍ତର ଲୋଡ଼ିଛନ୍ତି । ଭାରତରେ ଚାଲୁଥିବା ପର୍ଯ୍ୟାୟ-୨ କ୍ଲିନିକାଲ ପରୀକ୍ଷଣର ସୁରକ୍ଷା ତଥ୍ୟ ପ୍ରଦାନ କରିବାକୁ ବିଶେଷଜ୍ଞ କମିଟି ଏସଏସଆଇକୁ ପରାମର୍ଶ ଦେଇଛି । ଏହା ସହ ବ୍ରିଟେନ ଏବଂ ଭାରତରେ କ୍ଲିନିକାଲ୍ ପରୀକ୍ଷଣର ପ୍ରତିରୋପଣ ତଥ୍ୟ ମଧ୍ୟ କମିଟି ଲୋଡ଼ିଛି । ଭାରତର ଶୀର୍ଷ ଟୀକା ବୈଜ୍ଞାନିକ ତଥା ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ୍ କଲେଜର ପ୍ରଫେସର ଡକ୍ଟର ଗଗନଦୀପ କାଙ୍ଗଙ୍କ ଅନୁଯାୟୀ ଗତ ବର୍ଷ ଭାରତର ନୂତନ କ୍ଲିନିକାଲ ପରୀକ୍ଷଣର ନିୟମ କରାଯାଇଛି । ଏଥିରେ ନିୟାମକଙ୍କୁ ବିନା ପରୀକ୍ଷଣରେ ଜରୁରୀକାଳୀନ ପରିସ୍ଥିତିରେ ଜରୁରୀକାଳୀନ ବ୍ୟବହାର ପାଇଁ ଔଷଧ କିମ୍ବା ଟିକା ଅନୁମୋଦନ କରିବାର ଅଧିକାର ଦିଆଯାଇଛି । ଡକ୍ଟର କାଙ୍ଗଙ୍କ ସୂଚନା ଅନୁସାରେ ଅନୁମତି ପାଇବା ପରେ ମଧ୍ୟ ଜରୁରୀକାଳୀନ ବ୍ୟବହାର ଉପରେ ନଜର ରଖିବା କ୍ଲିନିକାଲ୍ ପରୀକ୍ଷା ସହିତ ସମାନ । ପ୍ରତ୍ୟେକ ରୋଗୀର ବିବରଣୀ ଆବଶ୍ୟକ । ସେଗୁଡିକ ଉପରେ ନଜର ରଖାଯାଇଛି । ଯେଉଁ କମ୍ପାନୀ ଏହାର ଉତ୍ପାଦ ପାଇଁ ଅନ୍ୟତ୍ର ଲାଇସେନ୍ସ ପାଇଛି, ତାଙ୍କୁ ପ୍ରି-କ୍ଲିନିକାଲ୍ ଏବଂ କ୍ଲିନିକାଲ୍ ଟ୍ରାଏଲର ସମ୍ପୂର୍ଣ୍ଣ ତଥ୍ୟ ନିୟମିତ ତାଖଲ କରିବାକୁ ପଡ଼ିବ । ଯେତେବେଳେ କୌଣସି କମ୍ପାନୀ ଜରୁରୀକାଳୀନ ସୀମିତ ବ୍ୟବହାର ପାଇଁ ଅନୁମତି ମାଗେ, ଏହା ନିୟାମକ ସ୍ତରରେ ଦୁଇଟି ପର୍ଯ୍ୟାୟରେ ପ୍ରକ୍ରିୟାକରଣ ହୁଏ । ବିଶେଷଜ୍ଞ କମିଟି ସେହି ଆବେଦନକୁ ବିଚାର କରେ । ଏହାର ଅନୁମୋଦନ ପରେ ଏହାକୁ ଶୀର୍ଷ କମିଟି ନିକଟକୁ ଯାଇଥାଏ । ଶୀର୍ଷ କମିଟିରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ଜଡିତ ବିଭାଗର ସଚିବ ସଦସ୍ୟ ରହିଛନ୍ତି । ଅନ୍ୟପକ୍ଷରେ ଚାଇନା ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ ଗ୍ରୁପ୍ କିମ୍ବା ସିନୋଫାରମ୍ ଦ୍ୱାରା ନିର୍ମିତ କରୋନା ଟିକାକୁ ଇତିମଧ୍ୟରେ ବାହାରିନ ସ୍ୱାସ୍ଥ୍ୟ ନିୟାମକ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି । ଏହି ଟିକା ପାଇଁ କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟର ସମୀକ୍ଷା ଏବଂ ମୂଲ୍ୟାଙ୍କନ ପରେ ଜାତୀୟ ସ୍ୱାସ୍ଥ୍ୟ ନିୟାମକ ପ୍ରାଧିକରଣ ଏହି ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.