‘ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ ବଳତ୍କାର ନୁହେଁ’

0 64

ନୂଆଦିଲ୍ଲୀ, ୧୭ ।୧୨: ବିବାହାର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବାକୁ ବଳକ୍ରାର ଶ୍ରେଣୀଭୁକ୍ତ କରାଯାଇ ପାରିବ ନାହିଁ । କାରଣ ଏହା ଦୀର୍ଘଦିନ ଧରି ମହିଳା ମାନଙ୍କ ସହମତିରେ ହୋଇଥାଏ । ତେଣୁ ଏହା କେବେବି ବଳକ୍ରାର ନୁହେଁ । ଦିଲ୍ଲୀ ହାଇକୋର୍ଟର ବିଚାରପତି ବିଭୁ ବାଖରୁଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି । ସେ ଦେଇଥିବା ରାୟରେ କହିଛନ୍ତି କି ବିବାହ ପ୍ରତିଶ୍ରୁତି ଦ୍ୱାରା ସ୍ୱଇଚ୍ଛାରେ ସ୍ଥାପନ କରାଯାଉଥିବା ଶାରୀରିକ ସଂପର୍କକୁ ଅନୈତିକ କୁହାଯାଇପାରିବ ନାହିଁ । ଭାରତୀୟ ପିଙ୍ଗଳ କୋଡର ଧାରା ୩୭୫ ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ଶାରୀରିକ ସଂପର୍କ ସ୍ଥାପନ କରିବାରେ ଉଭୟ ମହିଳା ଓ ପୁରୁଷଙ୍କର ସହମତି ରହିଥାଏ । ତେଣୁ ଏହାକୁ ବଳକ୍ରାର କୁହାଯାଇ ପାରିବ ନାହିଁ । ୨୦୦୮ ରେ ଜେଣ ମହିଳା ଅଭିଯୋଗ କରିଥିଲେ କି ଜଣେ ପୁରୁଷ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ତାଙ୍କ ସହିତ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ ଓ ଏହା ପରେ ସେ ତାଙ୍କୁ ବିବାହ କରିନଥିଲେ । ଫଳରେ ମହିଳା ଜଣଙ୍କ ସେହି ପୁରୁଷଙ୍କ ନାମରେ କୋର୍ଟରେ ବଳକ୍ରାର ମାମଲା ଦାୟର କରିଥିଲେ । ଏହି ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି । ଫଳରେ ଅଭିଯୁକ୍ତ ଜଣଙ୍କ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । କହିରଖୁ କି ଆମ ସମାଜରେ ଏବେ ବିବାହ ପୂର୍ବରୁ ଶରୀରିକ ସଂପର୍କ ସ୍ଥାପନ କରୁଥିବା ମହିଳା ଓ ପୁରୁଷ ମାନଙ୍କର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହା ଏବେ ଏକ ଟ୍ରେଣ୍ଡଭଳି ମନେ ହେଉଛି । ମାତ୍ର କିଛି କ୍ଷେତ୍ରରେ ପ୍ରେମରେ ବିଫଳ ହେବା ବା ପ୍ରେମିକ ସହିତ ମନୋମାଳିନ୍ୟ ହେବା ବେଳେ ମହିଳା ମାନେ ଏହାର ସୁଯୋଗ ନେଇ ସେହି ପୁରୁଷ ବନ୍ଧୁଙ୍କ ନାମରେ ବଳକ୍ରାର ଅଭିଯୋଗ ଆଣୁଛନ୍ତି । ହେଲେ ଉଭୟଙ୍କ ସହମତିରେ ସଂପର୍କ ସ୍ଥାପନ ହୋଇଥିବା ବେଳେ ଏହାର ସୁଯୋଗ ମହିଳା ଜଣଙ୍କ ନେଉଛି ଓ ପୁରୁଷମାନେ ଦଣ୍ଡିତ ହେଉଛନ୍ତି । ଏଭଳି କ୍ଷେତ୍ରରେ ଦିଲ୍ଲୀ ହାଇକୋର୍ଟଙ୍କ ଏଭଳି ରାୟକୁ ବିଭିନ୍ନ ମହଲାରେ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.