ଆନ୍ଦୋଳନ ସ୍ଥଳରେ ଆତଙ୍କୀ ପୋଷ୍ଟର

0 72

ନୂଆଦିଲ୍ଲୀ, ୧୭ ।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି୨୨ ଦିନରେ ଆନ୍ଦୋଳନ ପହଞ୍ଚିଛି । ସିଙ୍ଘୁ, ଟିକରୀ, କୁଣ୍ଡଳୀ, ଗାଜିପୁର ସମେତ ସମସ୍ତ ସୀମାରେ ୨୨ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ଚାଷୀ । ଆନ୍ଦୋଳନ ସ୍ଥଳରେ ବିଭିତ୍ତ ପୋଷ୍ଟର ଦେଖିବାକୁ ମିଳିଛି । ଯେଉଁଥିରେ “ଆମେ ଚାଷୀ, ଆତଙ୍କବାଦୀ ନୁହେଁ’ ବୋଲି ନାରା ରହିଛି । ହେଲେ ଏବେ ଏହି ପୋଷ୍ଟର ମଧ୍ୟରେ ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଛି । ଯାହାକି ଆନ୍ଦୋଳନର ଅସଲ ଉଦ୍ଦେଶ୍ୟକୁ ସନ୍ଦେହ ଘେରକୁ ଆଣିଛି । ଆନ୍ଦୋଳନ ସ୍ଥଳରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ସମେତ ୧୭ ଜଣଙ୍କୁ ହତ୍ୟା କରିବାରେ ଦୋଷୀ ସାବ୍ୟସ୍ତ ଜଗତର ସିଂହ ହାୱାର ଏବଂ ତା ସହଯୋଗୀଙ୍କ ପୋଷ୍ଟର ରହିଛି । ଆନ୍ଦୋଳନରତ ଚାଷୀଙ୍କ ଖାଇବା ପାଇଁ ଏକ ଲଙ୍ଗର ଷ୍ଟଲ ରହିଛି । ଅକାଲ୍ ୟୁଥ୍ ନାମକ ସଂସ୍ଥା ଏହି ଷ୍ଟଲ ଦେଇଛି । ଯେଉଁଠାରେ ଏକ ଟ୍ରାକ୍ଟର ଟ୍ରଲିର ଉଭୟ ପାର୍ଶ୍ୱରେ ହାୱାରାର ଫଟୋ ସହିତ ଦୁଇଟି ବଡ ପୋଷ୍ଟର ଲାଗିଛି । ବାବରା ଖଲାସା ଆତଙ୍କୀ ସଂଗଠନର ସଦସ୍ୟ ହେଉଛି ଜଗତର ସିଂହ ହାୱାର । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କୁ ହତ୍ୟା ମାମଲାରେ ଜଗତର ସିଂ ଦୋଷୀ ସାବ୍ୟସ୍ତ ହୋଇଛି । ହାୱାରା ଏବେ ଦିଲ୍ଲୀର ତିହାର ଜେଲରେ ଆଜୀବନ ସଜା କାଟୁଛି । ଚଣ୍ଡିଗଡ଼ର ଟ୍ରାଏଲ କୋର୍ଟ ହାୱାରକୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ । ତେବେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡାଦେଶରେ ପରିବର୍ତ୍ତନ କରାଇଥିଲେ । ସୂଚନାଯୋଗ୍ୟ, ଦେଶଦ୍ରୋହୀ ଅଭିଯୋଗରେ ଗିରଫ୍ ଏବଂ ଜାମିନରେ ଥିବା ବ୍ୟକ୍ତିଙ୍କ ପୋଷ୍ଟର ମଧ୍ୟ ଆନ୍ଦୋଳନ ସ୍ଥଳରେ ଦେଖାଯାଇଥିଲା ।

Leave A Reply

Your email address will not be published.