ଚକ୍ରବ୍ୟୁହରେ ଦିଦି

0 65

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦିଦିଙ୍କ ଟେନ୍ସନ୍ ସେତିକି ବଢ଼ିଚାଲିଛି । ଜଣକ ପରେ ଜଣେ ଦଳୀୟ ନେତା ଦଳ ଛାଡ଼ୁଥିବା ବେଳେ କେନ୍ଦ୍ର ସହ ତାଙ୍କର ତିକ୍ତତା ଏବେ ଚରମ ସୀମାରେ ପହଞ୍ôଚଛି । ଲାଗୁଛି ଯେପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚକ୍ରବ୍ୟୁହରେ ଫସିଗଲା ପରି । ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ଦଳରେ ବିଦ୍ରୋହ ତୀବ୍ର ହେବାରେ ଲାଗିଛି । ଶୁଭେନ୍ଦୁ ଆଦିକାରୀଙ୍କ ପରେ ଅନ୍ୟ ଜଣେ ବିଦ୍ରୋହୀ ବିଧାୟକ ଗୁରୁବାର ନିଜର ବିଦ୍ରୋହ ମନୋଭାବ ପ୍ରଦର୍ଶନ କରିଛନ୍ତି । ଟିଏମସି ବିଧାୟକ ଜିତେନ୍ଦ୍ର ତିୱାରୀ ଦଳର ସବୁ ପଦପଦବୀରୁ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ କିଛି ସମୟ ପୂର୍ବରୁ ସେ ଆସାନସୋଲ ମ୍ୟୁନିସିପାଲିଟି କର୍ପୋରେସନର ଚେୟାରମ୍ୟାନ୍ ବୋର୍ଡରୁ ଇସ୍ତଫା ଦେଇଥିଲେ । ଜିତେନ୍ଦ୍ର ତିୱାରୀ ବର୍ତ୍ତମାନ ପାଣ୍ଡେଶର ବିଧାନସଭା ନିର୍ବାଚନମଣ୍ଡଳୀରୁ ଜଣେ ବିଧାୟକ ଅଟନ୍ତି । ଇସ୍ତଫା ଦେବାବେଳେ ସେ ଅଭିଯୋଗ କରିଛନ୍ତି ଯେ କୋଲକାତାରେ ବହୁତ ପାଣ୍ଠି ଅଛି କିନ୍ତୁ ଆସାନସୋଲର ବିକାଶ ପାଇଁ ପାଣ୍ଠି ଉପଲବ୍ଧ ନାହିଁ । ତିୱାରୀ ତାଙ୍କ ଶ୍ରମିକମାନଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଆମେ ସ୍ମାର୍ଟ ସିଟିରୁ ବଞ୍ଚିତ ହୋଇଛୁ । କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମଧ୍ୟ ଆମକୁ ବାରଣ କରାଯାଇଥିଲା । ଆମେ ଅନେକ ବିକାଶମୂଳକ କାର୍ଯ୍ୟରୁ ବଞ୍ଚିତ ହୋଇଛୁ । ଏଭଳି ପରିସ୍ଥିତି ମଧ୍ୟରେ କାମ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି, ତେଣୁ ମୁଁ ଆସାନସୋଲ ମ୍ୟୁନିସିପାଲିଟି କର୍ପୋରେସନ୍ର ଆଡମିନିଷ୍ଟ୍ରେଟିଭ୍ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛି । ଅନ୍ୟପକ୍ଷରେ ପ୍ରଥମେ ମନ୍ତ୍ରୀ ଓ ପରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା ବରିଷ୍ଠ ରାଜନେତା ଶୁଭେନ୍ଦୁ ଅଧିକାରୀ ଆଜି ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି)ରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସବୁ ସମ୍ପର୍କ ତୁଟାଇ ଦେଇଛନ୍ତି । କୁହାଯାଉଛି ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବେ । ଗତ ମାସରେ ଶୁଭେନ୍ଦୁ ମମତାଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ଗତକାଲି ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ପୂର୍ବ ମେଦିନାପୁରର ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ଶୁଭେନ୍ଦୁଙ୍କର ରାଜ୍ୟ ରାଜନୀତିରେ ବେଶ ଦବଦବା ରହିଛି । ସେ ନନ୍ଦିଗ୍ରାମ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ଓ ବେଙ୍ଗଲରେ ମମତା ସରକାର ଗଠନ କରିବା ପଛରେ, ତାଙ୍କର ବହୁତ ବଡ଼ ଭୂମିକା ରହିଥିଲା । ଏବେ ଟିଏମସିରୁ ତାଙ୍କର ଇସ୍ତଫା ମମତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Leave A Reply

Your email address will not be published.