ବିଜେପିରେ ମିଶିଲେ ଟିଏମସର ୬ ବିଧାୟକ

0 68

କୋଲକାତା: ବିଜେପିର ମିଶନ ପଶ୍ଚିମବଙ୍ଗକୁ ଆହୁରି ଶକ୍ତି ମିଳିଛି । ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଜଣେ ଟିଏମସି ସାଂସଦଙ୍କ ସହ ୯ ଜଣ ବିଧାୟକ ବିଜେପିରେ ମିଶିଛନ୍ତି । ଏହି ୧୦ ଜଣ ନେତାଙ୍କ ମଧ୍ୟରୁ ୬ ଜଣ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ସଦସ୍ୟ । ଟିଏମସି ସାଂସଦ ସୁନୀଲ ମଣ୍ଡଳ, ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ସହ ଆଉ ୪ ଜଣ ବିଧାୟକ ଆଜି ପଦ୍ମ ଧରିଛନ୍ତି । ସେହିପରି ସିପିଏମର ତାପସୀ ମଣ୍ଡଳ ମଧ୍ୟ ଆଜି ଶାହଙ୍କ ଉପସ୍ଥିତରେ ବିଜେପିରେ ମିଶିଛନ୍ତି । ଏ ସମ୍ପର୍କରେ ବିଧାୟକ ତାପସୀ ଗତକାଲି ଘୋଷଣା କରିଥିଲେ । ବିଜେପିରେ ମିଶିଥିବା ଅନ୍ୟ ବିଧାୟକମାନେ ହେଲେ ଅଶୋକ ଡିଣ୍ଡା, ସୁଦୀପ ମୁଖାର୍ଜୀ, ସୈକତ ପଞ୍ଜା, ଶିଲଭଦ୍ରା ଦତ୍ତ, ଦୀପାଲି ବିଶ୍ୱାସ, ସୁକ୍ରା ମୁଣ୍ଡା, ଶ୍ୟାମପଦ ମୁଖାର୍ଜୀ, ବିଶ୍ୱଜିତ କୁଣ୍ଡୁ ଓ ବନସାରୀ ମୈତି । ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବ । ଏହାପୂର୍ବରୁ ମମତା ବାନାର୍ଜୀଙ୍କ ଟିଏମସ୍ରେ ବିଦ୍ରୋହ ଦେଖିବାକୁ ମିଳିଛି । ଜଣଙ୍କ ପରେ ଜଣେ ଟିଏମସି ବିଧାୟକ ଦଳ ଛାଡ଼ି ବିଜେପିମୁହାଁ ହେବା ମମତାଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ପ୍ରଥମେ ଦଳରୁ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଇସ୍ତଫା ଦେଇଥିଲେ । ସେ ମମତାଙ୍କ ପରେ ଟିଏମସିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିଲେ । ହେଲେ ସେ ଦଳକୁ ବାଏବାଏ କହିବାରୁ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା । ଏହାପରେ ଜଣଙ୍କ ପରେ ଜଣେ ବିଧାୟକ ଓ ନେତା ଟିଏମସି ଛାଡ଼ିବାର ଆରମ୍ଭ କରିଥିଲେ । ଶାହଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଶାହ ମେଦିନାପୁର କଲେଜ ପଡ଼ିଆରେ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ଏହି ସମୟରେ ଟିଏମସି ଓ ଅନ୍ୟାନ୍ୟ ଦଳ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.