ଅସହାୟ ରୋଗୀକୁ ସାହାଯ୍ୟର ହାତ ବଢ଼େଇଲେ ନଳୀନ ରାୟ

0 68

ବାଙ୍କୀ: ବାଙ୍କୀ ଉପଖଣ୍ଡ ଗୋବିନ୍ଦପୁର ଅଞ୍ଚଳ ଆଦିବାସୀ ସାହି ର ପ୍ରଦୀପ ନାୟକ(୫୫) ଦୀର୍ଘ ୨ମାସ ହେବ ଦେହ ,ଗୋଡ଼, ହାତ ଫୁଲି ଯାଇ ଛାତି ରେ ଯନ୍ତ୍ରଣା ଅନୁଭବ କରୁଥିଲେ।ଦାରିଦ୍ର୍ୟ ଅବସ୍ଥାରେ ଥିବାରୁ କରୋନା ଯୋଗୁଁ କାମ ଧନ୍ଦା ଅଭାବ ରୁ ଆର୍ଥକ ବାଧକ ହୋଇଥିବାରୁ ନିଜର ଚିକିତ୍ସା କରିନପାରି ଛାତି ଯନ୍ତ୍ରଣା ରେ ଛଟ ପଟ ହେଉଥିବା ଖବର ପାଇ ସମାଜସେବୀ ନଳୀନ ରାୟ ଶ୍ରୀ ନାୟକ ଙ୍କୁ ଦେଖିବାକୁ ଆସିଥିଲେ ନାୟକ ଙ୍କ ଅବସ୍ଥା ଶୋଚନୀୟ ଓ ସଙ୍ଗିନ ହୋଇଥିବାରୁ ତାଙ୍କୁ ଶ୍ରୀ ରାୟ ନିଜସ୍ୱ ଖର୍ଚ୍ଚ ରେ ଆମ୍ବୁଲାନ୍ସ ରେ କଟକ ଚିକିତ୍ସାଲୟଙ୍କୁ ନେଇ ଡାକ୍ତର ଙ୍କୁ ଦେଖିଥିଲେ ଡାକ୍ତର ଉକ୍ତ ବ୍ୟକ୍ତି ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ଶ୍ରୀ ନାୟକ ଙ୍କ ଛାତି ରୁ ୫ଲିଟର ପାଣି ବାହାର କରିଥିଲେ।ଛାତି ରୁ ପାଣି ବାହାରିଲା ପରେ ଶ୍ରୀନାୟକ ସୁସ୍ଥ ଅବସ୍ଥାରେ କଟକ ଚିକିତ୍ସାଲୟ ରେ ଚିକିତ୍ସିତ ହେଉଛନ୍ତି।ଶ୍ରୀ ରାୟ ସମସ୍ତ ଚିକିତ୍ସା ଖର୍ଚ୍ଚ ବୁଖିବା ସହ ଭଲହୋଇ ଗଲା ପରେ ତାଙ୍କୁ ନିଜ ଗ୍ରାମ ଗୋବିନ୍ଦପୁର ରେ ଛାଡିବେ ବୋଲି ପ୍ରକାଶ କରୁଛନ୍ତି।ଶ୍ରୀ ରାୟ ଙ୍କ ଏପରି ନିସ୍ୱାର୍ଥ ପୂର୍ଣ୍ଣ କାର୍ଯ୍ୟ କୁ ସମସ୍ତ ମହଲରେ ପ୍ରଶଂସା ମିଳୁଥିବା ପ୍ରକାଶ।

Leave A Reply

Your email address will not be published.